ଚିଲିକାରେ ବୁଡି ଯାଇ ପର୍ଯ୍ୟଟକଙ୍କ ମୃତ୍ୟୁ

ବ୍ରହ୍ମଗିରି,୨୧/୧୨/୨୦୨୫(ଓଡ଼ିଶା ସମାଚାର)- ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡି ଯାଇ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ମୃତ ପର୍ଯ୍ୟଟକ  ଜଣକ ହେଲେ ଝାଡଖଣ୍ଡର କୁଶଗ୍ର ଦିବ୍ୟ।ସେ  ଭୁବନେଶ୍ବରର ଏକ କମ୍ପାନୀରେ କାମ କରୁଥିଲେ। କମ୍ପାନୀ କର୍ମଚାରୀଙ୍କ ସହ  ଚିଲିକା ବୁଲିବାକୁ ଆସିଥିଲେ। ମୁହାଣ ନିକଟରେ ଗାଧୋଇବା ବେଳେ ବୁଡି ଯାଇଥିଲେ। ବ୍ରହ୍ମଗିରି ଅଗ୍ନିଶମ ବାହିନୀ ପହଞ୍ଚି ଚିଲିକାରୁ ମୃତଦେହ ଉଦ୍ଧାର କରିଛନ୍ତି। ବାଘମୁଣ୍ଡା କୂଳରୁ ମୃତଦେହ ଉଦ୍ଧାର ହୋଇଛି ।

Leave a Reply

Your email address will not be published. Required fields are marked *