ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ 

ଚଣ୍ଡିଖୋଲ,୦୧/୦୩/୨୦୨୫(ଓଡ଼ିଶା ସମାଚାର)- ଆଜି ସକାଳ ୧୦ଟା ୩୦ମିନିଟ ସମୟରେ ୫୩ ନମ୍ବର ଜାତୀୟରାଜପଥର ଚଣ୍ଡିଖୋଲ କୋର୍ଟ ସମ୍ମୁଖରେ ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ  ହୋଇଛି। ମୃତ ଯୁବକ ଜଣକ ହେଲେ ବଡଚଣା ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥ୍ ପୁର ଗ୍ରାମର ଦୀପ୍ତିମୟ ସାମଲ (ଦିପୁ)୪୦। ଦିପୁ ନିଜ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ଏକ ୧୪ଚକିଆ ଟ୍ରକ ତାଙ୍କ ବାଇକ୍ କୁ ଧକ୍କା ଦେଇଥିଲା।

ଦିପୁ ଙ୍କୁ ଗୁରୁତର ଅବସ୍ଥାରେ ବଡଚଣା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆ ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଦିପୁ ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ। ତାଙ୍କର ଏପରି ଅକାଳ ବିୟୋଗରେ ସାରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ଦୁର୍ଘଟଣା ସ୍ଥଳରେ ବହୁଦିନ ଧରି ଆଦିବାସୀ ମହିଳା ମାନେ ହାଣ୍ଡିଆ ବ୍ୟବସାୟ କରୁଛନ୍ତି। ଫଳରେ ସେଠାରେ ହାଣ୍ଡିଆ ପିଇବାକୁ ବହୁଲୋକଙ୍କ ସମାଗମ ହେଉଛି। ଦୈନିକ ସେହି ସ୍ଥାନରେ ଛୋଟ ବଡ଼ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି। ମୃତ୍ୟୁର ସ୍ଥାନ ପାଲଟିଥିବା ହାଣ୍ଡିଆ ହାଟ କୁ ସେଠାରୁ ହଟାଇବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *