କଟକ ସଦର,୧୨/୦୪/୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡା ର ଅଗ୍ରଣୀ ଗ୍ରୀନଷ୍ଟାର କ୍ଲବ ଆନୁକୁଲ୍ୟରେ ଗ୍ରୀନଷ୍ଟାର ଖେଳ ପଡିଆ ରେ ଅନୁଷ୍ଠିତ ସାଦିକ୍,କଲାମ,ସିରାଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ରବିବାର ଦିନ ଉଦଯାପିତ ହୋଇଯାଇଛି। ଏଥିରେ ୮ ଗୋଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ରେ ଫକିରପଡା ଟିମ୍ କୁ ହରାଇ ଆୟୋଜକ ଗ୍ରୀନଷ୍ଟାର ଟିମ୍ ଚମ୍ପିୟାନ ହୋଇଥିବା ଜଣାପଡିଛି।
ଏହି ଅବସରରେ ଜାକିର ହୁସେନ ଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଙ୍କ ପକ୍ଷରୁ ବରିଷ୍ଠ ଉପଦେଷ୍ଟା ଵିଜୟ କୁମାର ନାୟକ, ବରିଷ୍ଠ ସଦସ୍ୟ ପୂର୍ବତନ ସରପଂଚ ଅଭିମନ୍ୟୁ ସାହୁ, ଉଦୟ ସାସମଲ, ସମାଜସେବୀ ସକିଲ ଅହେମଦ,ଅଭୟ ସାହୁ, ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ ବିଜେତା ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ। ପରିଚାଳନାରେ ଗ୍ରୀନଷ୍ଟାର କ୍ଲବର କାର୍ଯ୍ୟକର୍ତ୍ତାଙ୍କ ସମେତ ସମସ୍ତ ସଦସ୍ୟ ସହାୟତା କରିଥିଲେ।
