ସାଲେପୁର,୧୬/୧୦/୨୦୨୬ (ଓଡିଶାସମାଚାର /ଅଭୟ ଜେନା )ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ମାନେ ବିଜୟୀ ହୋଇ ବାଜିମା ତ କରିଛନ୍ତି । ଏଥିରେ ସଭାପତି ଭାବେ ସନ୍ତୋଷ କୁମାର ଭୂୟାଁ, ଉପ ସଭାପତି, ଜ୍ଞାନ ରଞ୍ଜନ ଜେନା, ସମ୍ପାଦକ, ଶୁଭଲକ୍ଷ୍ମୀ ମଲ୍ଲ, ସହ ସମ୍ପାଦକ ମାନସ ରଞ୍ଜନ ସାହୁ ନିର୍ବାଚିତ ହୋଇଥିବା ବେଳେ ସମସ୍ତ ପ୍ରାର୍ଥୀ ବି ସି ଜେ ଡି ହୋଇଥିବା ସୂଚନା ମିଳିଛି ।
ଏହି ବିଜୟ ପାଇଁ ସାଲେପୁର ର ବିଜେଡି ବିଧାୟକ ପ୍ରଶାନ୍ତ ବେହେରା ଙ୍କ ବଳିଷ୍ଠ ନେତୃତ୍ୱ ସହ ସହକର୍ମୀ ମାନଙ୍କର ପ୍ରାଣ ମୁର୍ଚ୍ଛା ଉଦ୍ୟମ ନିହିତ ଅଛିବୋଲି କୁହାଯାଇଛି । ଏହି ପ୍ୟାନେଲ ବିଜୟ ପାଇଁ ବରିଷ୍ଠ ବିଜେଡି ନେତା ଚିତ୍ତରଞ୍ଜନ ମହାନ୍ତି,ଦିଲ୍ଲୀପ ଦାଶ, ନାରାୟଣ ପତି, ରମେଶ ଜେନା ପ୍ରମୁଖ ନିର୍ବାଚିତ ଛାତ୍ର ନେତା ଙ୍କୁ ଅଭିନନ୍ଦନ ଜଣାଇବା ସହ ବିଧାୟକ ପ୍ରଶାନ୍ତ ବେହେରା ଙ୍କ ସାଙ୍ଗଠନିକ ଦକ୍ଷତା ପାଇଁ ବଧାଇ ଜଣାଇ ଛନ୍ତି ।
