କେନ୍ଦ୍ରାପଡ଼ା, ୧୯/୧୨/୨୦୨୫(ଓଡ଼ିଶା ସମାଚାର)-ଜନସେବା ଦିବସ ଅବସରରେ କେନ୍ଦ୍ରାପଡା ବ୍ଲକ ପକ୍ଷରୁ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଆନୁକୂଲ୍ୟରେ ମାତାପିତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଏବଂ କଲ୍ୟାଣ ଅଧିନିୟମ- ୨୦୦୭ ସମ୍ପର୍କରେ ଏକ ସଚେତନତା ସଭା ଓସ୍ତପୁର ଗ୍ରାମପଂଚାୟତରେ ଅନୁଷ୍ଠିତ ହୋଇଯାଇଛି ।
ଏହି ସଭାରେ ମୁଖ୍ୟଅତିଥି ଭାବେ ଜିଲା ଆଇନସେବା ପ୍ରାଧିକରଣ ସଚିବ ସନ୍ତୋଷ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଷେକ ସ୍ୱାଇଁ, ସହକାରୀ ଏଲଏଡିସିଓ ଦେବାଶିଷ ସାହୁ, ଓସ୍ତପୁର ସରପଂଚ ପ୍ରସନ୍ନ ରାଉତ ପ୍ରମୁଖ ଯୋଗଦେଇ ମାତାପିତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଏବଂ କଲ୍ୟାଣ ଅଧିନିୟମ- ୨୦୦୭ ସମ୍ପର୍କରେ ଆଲୋକପାତ କରିଥିଲେ ।
ଏଥିରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହେରା ଅଧ୍ୟକ୍ଷତା କରିଥିଲେ । ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ସୁଦୀପ୍ତା ମହାପାତ୍ର ସଭା ସଂଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କନିଷ୍ଠ ସହାୟକ ସହସ୍ରାଂଶୁ କୁଣ୍ଡୁ ଓ କାର୍ଯ୍ୟକ୍ରମ ସହକାରୀ କ୍ରୀଷ୍ଣା ଜ୍ୟୋତିପ୍ରକାଶ ଦାସ, ଓସ୍ତପୁର ପିଇଓ ସୂର୍ଯ୍ୟମଣୀ ଟୁଡୁ ଓ ଜିଆରଏସ ସ୍ୱପ୍ନା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
