କନ୍ଦରପୁର ଠାରେ କଟକ ସଦର ବ୍ଲକସ୍ତରୀୟ ସ୍ବାବଲମ୍ବୀ ଯୁଵ-ସମୃଦ୍ଧ ଓଡ଼ିଶା ସମାବେଶ

କଟକ ସଦର,୨୬/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ କନ୍ଦରପୁର ଠାରେ ଆଜି ଶୁକ୍ରବାର ଦିନ ‘ଵିକାଶର ଧାରା ଓଡ଼ିଶା ସାରା’ଯୋଜନାର ଉଦଯାପନୀ ଦିବସରେ କଟକ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଜିଲ୍ଲା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ ବ୍ଲକସ୍ତରୀୟ ସ୍ବାବଲମ୍ବୀ ଯୁବ-ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଏହାକୁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରି ଆଗାମୀ ଦିନରେ କଟକ ସଦର ଅଞ୍ଚଳରେ ହେବାକୁ ଥିବା ଶିଳ୍ପ ବିକାଶ ଉପରେ ଆଲୋକପାତ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହୃଷିକେଶ ଜେନା, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, କନ୍ଦରପୁର ବିଜେପି ମଣ୍ଡଳ ସଭାପତି ନିରଂଜନ ରାଉଳ, ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ମନୋଜ କୁମାର ମହାପାତ୍ର, ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ ଅଧିକାରୀ ଘନଶ୍ୟାମ ସା, ଜିଲ୍ଲା ଶିଳ୍ପ ନିର୍ଦେଶିକା ନମିତା ମିଶ୍ର,ଆଇସିଡିଏସ ପରିଦର୍ଶିକା ନର୍ମଦା ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସନ୍ତୋଷ ସାହୁ,ଵାପି ସେଠୀ,ଵାପି ମଲ୍ଲିକ, ଦୀନବନ୍ଧୁ ବେହେରା, ଦୀନବନ୍ଧୁ ବେଉରା ପ୍ରମୁଖ ସହାୟତା କରିଥିଲେ। ଶେଷରେ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ (ଡିଆରପି) ସଞ୍ଜୟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *