କାର୍‌-ବୁଲେଟ୍‌ ମୁହାଁମୁହିଁ ଧକ୍କା, ଦୁଇ ଚାଳକ ଗୁରୁତର ଆହତ

ସାଲେପୁର,୨୩/୧୧/୨0୨୬(ଓଡିଶା ସମାଚାର /ଅଭୟ ଜେନା )-କାର୍‌ ଓ ବୁଲେଟ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଉଭୟ ଗାଡ଼ିର ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସାଲେପୁର ମେଡିକାଲକୁ ପଠାଇଥିଲେ। ଏଭଳି ଦୁର୍ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର-ଛତିଆ ପୂର୍ତ୍ତ ବିଭାଗ ରାସ୍ତାର ପିକୋଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟରେ।

ଗୁରୁତର ବୁଲେଟ୍‌ ଚାଳକ ମାହାଙ୍ଗା ବ୍ଲକ ଭଉଁରିଆ ଅଞ୍ଚଳର ବଳରାମ ପ୍ରଧାନ ହୋଇଥିବାବେଳେ କାର୍‌ ଚାଳକ ଅଚ୍ୟୁତାନନ୍ଦ ରାଉତ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ରାସ୍ତାରେ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ିକୁ ଜବତ କରିବା ସହ ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *