କଳାହାଣ୍ଡି, ୩୦/୦୧/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇ ଥିବା ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ଯୁକ୍ତ ରାଧାକାନ୍ତ ଛତ୍ରୀ ଙ୍କୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ।ଜିଲ୍ଲା ସଭାପତି ଶ୍ରୀ ବୀରେନ୍ଦ୍ର ବାଗ ଙ୍କ ନେତୃତ୍ୱ ରେ ଜିଲ୍ଲା କର୍ମକର୍ତ୍ତା ପୁଷ୍ପ ଗୁଛ ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଧୀରେନ୍ଦ୍ର କୁ, ପଟ୍ଟନାୟକ ଉପସ୍ଥିତ ଥିଲେ। ନବ ନିଯୁକ୍ତ ଜିଲ୍ଲା ଶିକ୍ଷାଧିକାରୀ ଅନୌପଚାରିକ ଆଲୋଚନା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବିଭିନ୍ନ ସମସ୍ୟା କୁ ଶୀଘ୍ର ସମାଧାନ କରାଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ।ଏହି ସ୍ୱାଗତ ସମ୍ବର୍ଦ୍ଧନା ପର୍ବ ରେ ଜିଲ୍ଲା ସଙ୍ଘ ର ନେତୃବୃନ୍ଦ, ଧର୍ମଗଡ଼ ବ୍ଲକ କର୍ମକର୍ତ୍ତା, ସଦର ବ୍ଲକ କର୍ମକର୍ତ୍ତା ଓ ନୁତନ ଭାବେ ନିଯୁକ୍ତ ଯୋଜନା ଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ।
ନବ ନିଯୁକ୍ତ ଜିଲ୍ଲା ଶିକ୍ଷାଅଧିକାଙ୍କୁ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସ୍ୱାଗତ
