ଧାରଣାକାରୀମାନେ ଜିଦ୍ ରେ ଅଟଳ
ପରବର୍ତୀ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ
କେନ୍ଦ୍ରାପଡ଼ା, ୨୫/୦୯/୨୦୨୫(ଓଡ଼ିଶା ସମାଚାର)-ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନ ଏବେ ଜିଲାବାସୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ଗତକାଲି ବିଧାନସଭାରେ ଏ ସମ୍ପର୍କରେ ଉତ୍ଥାାପିତ ପ୍ରଶ୍ନ ଉପରେ ସରକାରଙ୍କ ପକ୍ଷରୁ କୌଣସି ଉତର ଦିଆନଯାଇ ଅଧିବେଶନକୁ ସ୍ଥଗିତ ରଖାଯାଇଥିବାରୁ ଆଜି ଆନ୍ଦୋଳନକାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି ।
ତିନିଦିନ ପୂର୍ବରୁ ବିଧାନସଭାରେ ଏ ସମ୍ପର୍କିତ ଅନ୍ୟ ଏକ ଲିଖିତ ପ୍ରଶ୍ନର ଉତରରେ ବିଭାଗୀୟ ମନ୍ତ୍ରୀ ଉଚ୍ଚ ସ୍ତରୀୟ କମିଟି ଗଠନ କରିବା ବିଷୟକୁ ନେଇ ମଧ୍ୟ ଆନ୍ଦୋଳନକାରୀମାନେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ଅନେକବାର ଏକାଧିକ ମନ୍ତ୍ରୀଙ୍କ ସମେତ ଖୋଦ୍ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ମେଡ଼ିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ସରକାର ମତ ଦେଇଥିବା ବେଳେ ଏବେ ପୁଣି ଉଚ୍ଚ ସ୍ତରୀୟ କମିଟି ଗଠନ ନାଁରେ କେନ୍ଦ୍ରାପଡାବାସୀଙ୍କୁ ଭଣ୍ଡେଇବା ଜିଲାବାସୀଙ୍କ ପ୍ରତି ସରକାରଙ୍କ ଛଳନା ପୂର୍ଣ୍ଣ ଆଚରଣକୁ ଧାରଣା ସ୍ଥଳରେ ଆୟୋଜିତ ପ୍ରତିବାଦ ସଭାରେ ବକ୍ତାମାନେ ତୀବ୍ର ସମାଲୋଚନା କରିଥିଲେ ।
କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନଙ୍କ ସମେତ ମହିଳା କଂଗ୍ରେସ ରାଜ୍ୟ ସମ୍ପାଦିକା ସଶ୍ମିତା ପଣ୍ଡା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ମେଜର ଭରତ ଚନ୍ଦ୍ର ଜେନା, ଅର୍ଜିତ କୁମାର ରାଉତ, ଆଇଏନଟିୟୁସି ନେତା ମୁକ୍ତାର ଖାଁ, ସନ୍ତୋଷ ବେହେରା, ରବୀନ୍ଦ୍ର ପ୍ରସାଦ ଜେନା, ସିପିଆଇ(ଏମ୍) ନେତା କିଶୋର କୁମାର ସାହୁ, ଡ. ଦିଲ୍ଲୀପ ମିଶ୍ର, ଡ. ଚୈତନ୍ୟ ପରିଡା, ଧିରେନ୍ଦ୍ର କୁମାର ବେହେରା, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ବିଜୟ କୁମାର ପରିଡ଼ା, ବ୍ରଜବନ୍ଧୁ ଦାଶ, ବସନ୍ତ ସେଠୀ, ନିମାଇଁ ଚରଣ କର, ବିଜୟ କୁମାର ଦାସ, ଜିଲା ଅବସରପ୍ରାପ୍ତ ଶିକ୍ଷାଧିକାରୀ ସଂଘ ସଭାପତି ନରୋତମ ଜେନା, ଫକୀର ଚରଣ ଖଟୁଆ, ନାରୀନେତ୍ରୀ ଦ୍ରୌପଦୀ ରାଉତ, ନିରୂପମା ମହାନ୍ତି, ବିକାଶ ଚନ୍ଦ୍ର ବେଉରା, ପ୍ରକାଶ ମହାନ୍ତି, ସାଗର ଜେନା, ଶ୍ରୀଧର ମହାନ୍ତି, ଶକ୍ତିକାନ୍ତ ପାତ୍ର, ଗାନ୍ଧିବାଦୀ କର୍ମୀ ଅଭିମନ୍ୟୁ ରାଉତ, ବୈଷ୍ଣବ ସ୍ୱାଇଁ, ସୁରେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ସରକାରଙ୍କ ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଥିଲେ । ଏହି ଆନ୍ଦୋଳନକୁ କ୍ରିୟାନୁଷ୍ଠାନ କମିଟିର ଆବହକମଣ୍ଡଳୀ ପରିଚାଳନା କରିଥିଲେ ।
