ଦେଶରେ ଟାଇଟାନିୟମ୍‌ ସ୍ଲାଗ୍‌ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ଯୋଗଦାନ

ଗୁଣାତ୍ମକ ଟାଇଟାନିୟମ୍‌ ଉତ୍ପାଦନ ନିମନ୍ତେ ଭାରତ ଓ କାଜାକ୍‌ସ୍ଥାନ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର,୦୬/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତରେ ଟାଇଟାନିୟମ୍‌ ସ୍ଲାଗ୍‌ ଉତ୍ପାଦନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବ । ଏଠାରୁ ଉତ୍ପାଦନ ସାମଗ୍ରୀ ବିଦେଶରେ ବହୁରାଷ୍ଟ୍ରକୁ ରପ୍ତାନୀ କରାଯିବା ସହ ବିମାନ ଯନ୍ତ୍ରାଂଶ ନିର୍ମାଣ କ୍ଷେତ୍ରରେ ବ୍ୟାପକତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏଥି ନିମନ୍ତେ ଇଣ୍ଡ-କାଜାକ୍‌ ଜଏଣ୍ଟ ଭେଞ୍ଚର୍‌ କମ୍ପାନୀ ଏବଂ କାମେନୋଗୋରସ୍କୋ ଟାଇଟାନିୟମ୍‌ ଏବଂ ମାଗ୍ନେସିୟମ୍‌ ପ୍ଲାଣ୍ଟ ଜେଏସ୍‌ସି କାଜାକ୍‌ସ୍ଥାନ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ସୂଚନାଯୋଗ୍ୟ ଯେ ଦେଶରେ ପ୍ରସ୍ତୁତ ଟାଇଟାନିୟମ୍‌ କ୍ଷେତ୍ରରେ କଞ୍ଚାମାଲ ଯୋଗାଣ ନିମନ୍ତେ ଓଡ଼ିଶାର ବଡ଼ ଭୂମିକା ରହିଛି । ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ରାଜ୍ୟରୁ ବିରଳ ମୃତ୍ତିକା କଞ୍ଚାମାଲ ଯୋଗାଣ ବ୍ୟାପକ ହେବ । ଏହା ଦ୍ୱାରା ଓଡ଼ିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପ୍ରେସିଡେଣ୍ଟ ୟୁକେଟିଏମ୍‌ପିଜେଏସ୍‌ସି ଶ୍ରୀମତୀ ଆସେମ୍‌ ମାମୁଟୋଭା ଏବଂ ଆଇଆର୍‌ଏଲ୍‌ (ଇଣ୍ଡିଆ) ଲିମିଟେଡ୍‌ର ଚେୟାର୍‌ମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ଡ. ଦୀପେନ୍ଦ୍ର ସିଂହ ଏହି ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲେ ।

        ଏହି ଚୁକ୍ତିନାମା ସ୍ୱାକ୍ଷର ଅବସରରେ ଡକଫର ଏ.କେ. ମହାନ୍ତି, ଶ୍ରୀମତୀ ଆସେମ୍‌ ମାମୁଟୋଭା, ପ୍ରେସିଡେଣ୍ଟ, ୟୁକେଟିଏମ୍‌ପି ଜେଏସ୍‌ସି, କାଜାକ୍‌ସ୍ଥାନର ରିପବ୍ଲିକ୍‌ ଅଫ୍‌ କାଜାକ୍‌ସ୍ଥାନରୁ ଭାରତର ରାଷ୍ଟ୍ରଦୂତ ଶ୍ରୀ ନୁର୍‌ଲାନ୍‌ ଜାଲଗାଏଭ୍‌, ଆଇଆର୍‌ଏଲ୍‌ (ଇଣ୍ଡିଆ) ଲିମିଟେଡ୍‌ର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ଡକଫର ଦୀପେନ୍ଦ୍ର ସିଂ ଉପସ୍ଥିତ ଥିଲେ ।

-0-

 ସଚ୍ଚିଦାନନ୍ଦ ବେହେରା,ସୂଚନା ଅଧିକାରୀ

Leave a Reply

Your email address will not be published. Required fields are marked *