ଆଠଗଡ,୧୭/୧୨/୨୦୨୫ (ଓଡ଼ିଶା ସମାଚାର)- ଆଠଗଡର ସର୍ବ ବୟୋଜ୍ୟେଷ୍ଠ ସାମ୍ବାଦିକ ୯୩ ବର୍ଷରେ କାର୍ଯ୍ୟରତ ସନାତନ ରାଏଙ୍କୁ ଗଦାସହି ପରିଷଦର ସଭାପତି ଶ୍ରୀଧର ରଥଙ୍କ ନେତୃତ୍ୱରେ ଏକ ଦଳ ତାଙ୍କ ବାସଭବନରେ ଭେଟି ଫୁଲତୋଡା, ଉତ୍ତୋରୀୟ ଦେଇ ସମ୍ବର୍ଦ୍ଧନା ଜଣାଇ ଦିର୍ଘାୟୁ କାମନା କରିଛନ୍ତି । ସେହିଭଳି ଆଠଗଡର ଶତାୟୁ ପୁରଷ ତଥା ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ନୃସିଂହ ରଥଙ୍କୁ ମଧ୍ୟ ପରିଷଦର ଏହି କର୍ମକର୍ତ୍ତା ମାନେ ତାଙ୍କ ବାସଭବନରେ ଭେଟି ଅନୁରୁପ ଭାବେ ସମ୍ବର୍ଦ୍ଧନା ଦେଇ ଦୁଇଜଣଙ୍କର ସୁସ୍ଥ ନିରାମୟ କାମନା କରିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପରିଷଦର ଉପସଭାପତି ସୋମନାଥ ଭକ୍ତା, ବରିଷ୍ଟ ଆଇନଜୀବି ଶ୍ୟାମାନନ୍ଦ ମହାରଣା, ସାମ୍ବାଦିକ ଲଲାଟେନ୍ଦୁ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।
