ଫେବୃୟାରୀ ୧୨ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ କେନ୍ଦ୍ରାପଡାରେ ଗଣ କନଭେସନ ଆହ୍ୱାନ

କେନ୍ଦ୍ରାପଡ଼ା,୦୩/୦୨/୨୦୨୬ (ଓଡ଼ିଶା ସମାଚାର)- ମନରେଗା ବଂଚାଅ – ଭି.ବି. ଜି.ରାମ୍.ଜି ଆଇନକୁ ପ୍ରତ୍ୟାହାର କରିବା, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ରଦ୍ଧ କରିବା, ଜନ ବିରୋଧୀ ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର କରିବା, କୃଷକ ବିରୋଧୀ ବିହନ ବିଲ୍-୨୦୨୫ ବାତିଲ କରିବା, ଧାନ ମଣ୍ଡିରୁ ସରକାରୀ ମୂଲ୍ୟରେ ସମସ୍ତ ଧାନ କ୍ରୟ କରିବା, କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ କରିବା ପ୍ରଭୃତି ୨୧ଦଫା ଦାବିରେ ୧୨ ଫେବୃଆରୀ ୨୦୨୬ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ମଙ୍ଗଳବାର କେନ୍ଦ୍ରାପଡା ସହରର ଖଡ଼ିଅଙ୍ଗସ୍ଥିତ ସିଟୁ କାର୍ଯ୍ୟାଳୟରେ ଏକ ଜିଲା ସ୍ତରୀୟ ଗଣ କନଭେନସନ ଅନୁଷ୍ଠିତ ହେଇଯାଇଛି ।

କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନମାନଙ୍କ ମିଳିତ ମଂଚ,ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ ସ୍ୱାଧୀନ ଫେଡରେସନ ସମୂହ କେନ୍ଦ୍ରାପଡା ଜିଲା ପକ୍ଷରୁ ଆହୁତ ଏହି ଗଣ କନଭେନସନରେ ସଭାପତିତ୍ୱ କରିଥିଲେ ଆଇଏନଟିୟୁସି ସଭାପତି ମୁକ୍ତାର ଖାଁ । ଅନ୍ୟମାନଙ୍କ ମଧ୍ୟରେ ସିଟୁପକ୍ଷରୁ ଜଗତଜୀବନ ଦାଶ, ମାଧବ ଦାସ, ଏଆଇଟିୟୁସି ପକ୍ଷରୁ ରମଣୀରଞ୍ଜନ ରାଉତରାୟ, ବାବାଜୀ ଧଳ, ଆଇଏନଟିୟୁସି ପକ୍ଷରୁ ଫକୀର ଚରଣ ଖଟୁଆ, ବିଧୁଭୂଷଣ ମହାପାତ୍ର, ୟୁଟିୟୁସି ପକ୍ଷରୁ ଏଲିନା ସାମନ୍ତରାୟ, ପବିତ୍ର ପଟ୍ଟନାୟକ, ଏଚଏମଏସ ପକ୍ଷରୁ ତ୍ରିଲୋଚନ ଦାସ, କଳିଙ୍ଗ ଭାରତ ଶ୍ରମିକ ସଂଘ ପକ୍ଷରୁ ପ୍ରକାଶ ଚନ୍ଦ୍ର ମହାନ୍ତି, ଓଡିଶା କୃଷକ ସଭା ପକ୍ଷରୁ ଗୟାଧର ଧଳ, ବିଜୟ ଦାସ, କିଷାନ କଂଗ୍ରେସ ପକ୍ଷରୁ ମହେନ୍ଦ୍ର ପରିଡା, ପ୍ରଫୁଲ୍ଲ ଦାସ, ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦାଶରଥି ସାହୁ, କୁଳମଣି ଦାସ, ଅଖିଳ ଭାରତ କୃଷକ ସଭା ପକ୍ଷରୁ ଆଦିକନ୍ଦ ରାଉଳ, କର୍ମଚାରୀ ସଂଗଠନ ପକ୍ଷରୁ ନରୋତମ ପାର୍ଥସାରଥୀ, ଅବସର ପ୍ରାପ୍ତ କର୍ମଚାରୀ ସଂଗଠନ ପକ୍ଷରୁ ଅଜୟ ସାମଲ, ବୈଷ୍ଣବ ଚରଣ ସ୍ୱାଇଁ, ବୁଦ୍ଧିଜୀବୀ ପ୍ରଦୀପ ମହାନ୍ତି, ସୁଶୀଲ ସାମଲ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାରର ଜନ ବିରୋଧୀ ନୀତି ବିରୁଦ୍ଧରେ ତୀବ୍ର ସମାଲୋଚନା କରିବା ସହିତ ସାରା ଜିଲାରେ ଏହି ଧର୍ମଘଟକୁ ଦଳ ମତ ନିର୍ବିଶେଷରେ ସବୁମତେ ସଫଳ କରିବାକୁ ଜନଗଣଙ୍କୁ ନିବେଦନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ନିରାକାର ସାହୁ, ଅଶୋକ ନାଥ, ବିନୟ ମଲିକ, ସୁଷମା ପଣ୍ଡା, ଗୋପବନ୍ଧୁ ବେହେରା, ପ୍ରଜ୍ଞାଦୀପ୍ତ ସାମଲ, ରଞ୍ଜିତ ଲେଙ୍କା, ଗୁଣମଣି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *