ଭୁବନେଶ୍ୱର,୨୭/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚାଲିଥିବା ଲିଙ୍ଗରାଜ ମହୋତ୍ସବ ଦ୍ୱିତୀୟ ଦିବସରେ କଳାକାରଙ୍କ ନୃତ୍ୟ ବିମୋହିତ କରିଥିଲା । ଏଥିରେ ପ୍ରଥମେ ନୃତ୍ୟାରଚନା ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ । ଓଡ଼ିଶୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଓଡ଼ିଶୀ ନୃତ୍ୟ, ଗଞ୍ଜାମର ଆଲୋକ ବିଶୋୟୀଙ୍କ ଲୋକ ନୃତ୍ୟ, କେଉଁଝରର ବିଣାପାଣୀ କଳା ନିକେତନ ପକ୍ଷରୁ ନୃତ୍ୟ। ପରେ ପରେ କୋଲକତାର ଆଦି ନୃତ୍ୟକଳା ନୃତ୍ୟ ପରିବେଷଣ କରିଥିଲେ ଶେଷରେ କେନ୍ଦ୍ରୀୟ ପୂର୍ବାଚଂଳ ସାଂସ୍କୃତିକ ପରିଷଦ ପକ୍ଷରୁ ଆସାମ ଅଞ୍ଚଳରୁ ଆସିଥିବା ବିହୁ ନାଚ ଚିତାକର୍ଷକ ହୋଇଥିଲା ।

ପ୍ରକାଶନୀର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଓ ସାଧାରଣ ସମ୍ପାଦକ ସନତ ମିଶ୍ରଙ୍କ ତତ୍ୱାବଧାନରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶ୍ୱ ହିନ୍ଦୁ ପରିଷଦ ଅଧ୍ୟକ୍ଷ ପ୍ରବୀଣ ଭାଇ ତୋଗାଡ଼ିଆ ଯୋଗଦେଇ ଉଦଘାଟନ କରିଥିଲେ। ହିନ୍ଦୁ ରକ୍ଷା ଓ ସନାତନ ଧର୍ମ ବିଶେଷ୍ୱତ୍ୱ ସମ୍ପର୍କରେ କହିଥିଲେ। ସମ୍ମାନିତ ଅତିଥି ଭାବେ ବଦ୍ରୀନାଥ ପଟ୍ଟନାୟକ, ବିଜେପି ନେତା ସୁରତ ବିଶ୍ୱାଳ ଯୋଗ କଳାକାରଙ୍କୁ ସମ୍ମାନିତ କରିଥିଲେ।
ଶିବାନନ୍ଦ ରାୟ ଧନ୍ୟବାଦ ଦେଇଥବା ବେଳେ ଏଥିରେ ମୁଖପାତ୍ର ଡ଼ ଲିଙ୍ଗରାଜ ସାହୁ ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ ମହାନ୍ତି, କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ନାରାୟଣ ମହାପାତ୍ର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ଗଣେଶ ପାଲ, ସୁଧୀର ରଞ୍ଜନ ଜେନା, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ, ନୀଳମଣି ମିଶ୍ର, କୈଳାଶ ମହାପାତ୍ର, ବିଶ୍ୱନାଥ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।
