ଦୁର୍ନୀତି ନିବାରଣ ସତର୍କତା କାର୍ଯ୍ୟକ୍ରମ ଆୟୋଜିତ

ଯାଜପୁର, ୩୦/୧୦/୨୦୨୫ (ଓଡ଼ିଶା ସମାଚାର)- ତା ୨୭.୧୦.୨୦୨୫ରିଖ ଠାରୁ ୦୨.୧୧.୨୦୨୫ରିଖ ପର୍ଯ୍ୟନ୍ତ ଜିଲ୍ଲା ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଯାଜପୁର ଜିଲ୍ଲା ସୁକିନ୍ଦା   ବ୍ଲକ ର ବନ୍ଧଗାଁ ଗ୍ରାମ ପଞ୍ଚାୟତ ରେ ଦୁର୍ନୀତି ନିବାରଣ ସତର୍କତା ସଭା    ଅନୁଷ୍ଠିତ ହୋଇଯାଇଛି।

ଏହି ଗ୍ରାମସଭାରେ ଅଧ୍ୟକ୍ଷତା କରି ବିଡ଼ିଓ ଶ୍ରୀମତୀ ପ୍ରଜ୍ଞା ପୃଷ୍ଟି   ଉପସ୍ଥିତ ସମସ୍ତଙ୍କୁ ନିଜ ଆଚରଣ ରେ ସାଧୁତା,ସଚ୍ଚୋଟତା ଆଣିବା ପାଇଁ ପରାମର୍ଶ ଦେଇଥିଲେ। ସଭାରେ ଉପସ୍ଥିତ ରହି ଉପ ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ, ଶ୍ରୀ ସୁଶୀଲ କୁମାର ଏକ୍କା ଆଚରଣ ରେ ସଚ୍ଚୋଟତା ଓ ସାଧୁତା ହିଁ ପ୍ରଶାସନିକ ବ୍ୟବସ୍ଥା ରେ ସ୍ୱଚ୍ଛତା ଆଣିପାରିବ ବୋଲି କହିଥିଲେ।

ଏହି ସଭାରେ ବନ୍ଧଗାଁ ସରପଞ୍ଚ ,ଦୁର୍ନୀତି ନିବାରଣ ବିଭାଗର ଡ଼ିଏସ ପି  ସୁଲୋଚନା ଦାସ,ପି ଇ ଓ ଭାଗ୍ୟଶ୍ରୀ ଜେନା ଙ୍କ ସମେତ ଦୁର୍ନୀତି ନିବାରଣ ବିଭାଗର କର୍ମଚାରୀ ଓ ଗ୍ରାମବାସୀମାନେ   ଉପସ୍ଥିତ ରହି ଦୁର୍ନୀତି ନିବାରଣ ବିଷୟ ରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *