ସଫେଇ ଆପଣାନ୍ତୁ ରୋଗ ହଟାନ୍ତୁ ଝାଡୁ ଧରିଲେ ଜନପ୍ରତିନିଧି କର୍ମଚାରୀ ନେତା ଓ ସାମ୍ବାଦିକ

କେନ୍ଦ୍ରାପଡ଼ା, ୨୯/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରସଂସ୍ଥା ଆହ୍ୱାନ କ୍ର୍ରମେ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ସଫେଇ କାର୍ଯ୍ୟରେ ସାମିଲ ହୋଇ ପରିବେଶକୁ ସଫାସୁତୁରା ରଖି ରୋଗ ହଟାଇବାକୁ ଉଦ୍ୟମ କରିଛନ୍ତି । ଆଜି ପୂର୍ବାହ୍ଣରେ ଜନପ୍ରତିନିଧି, ସଫୈଇ କର୍ମଚାରୀ ନେତା, ସମ୍ବାଦିକ, ସ୍ୱଚ୍ଛସାଥୀ, ପୌରକର୍ମଚାରୀ ଓ ସଫେଇ କର୍ମଚାରୀ ମାନେ ହାତରେ ଝାଡୁଧରି କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନ ସଫେଇ କରିଥିଲେ । ପୁରୁଣା ମଟରଷ୍ଟାଣ୍ଡ, କଚେରୀ ରୋଡ୍, ଜିଲା ନ୍ୟାୟାଳୟ ପରିସର ଓ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ସଫେଇ କରି ପରିବେଶକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ମହାମାରୀ ଡେଙ୍ଗୁ ଏବଂ ଅନ୍ୟାନ୍ୟ ରୋଗକୁ ହଟାଇବା ପାଇଁ ସ୍ୱଚ୍ଛତା ଅପରିହାର୍ଯ୍ୟ ହୋଇପଡିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ପୌରସଂସ୍ଥା ଆନୁକୁଲ୍ୟରେ ଉପନଗର ପାଳ ଆକବରୀ ଖାତୁନ୍, ପୌରସଭ୍ୟ ଉମେଶ ନାୟକ, ରମେଶ ଦାସ, ସେକ୍ ଚାନ୍ଦ, ବାପି ନାୟକ, କେନ୍ଦ୍ରାପଡା ସଫେଇ କର୍ମଚାରୀ ସଭାପତି ମନୀନ୍ଦ୍ର ରାଉତ, ସମ୍ବାଦିକ ପରେଶ ଦାସ, ପୌରକର୍ମଚାରୀ ସ୍ମୃତିରଂଜନ ମହାନ୍ତି, ପ୍ରତିକ୍ଷା ନାୟକ, ଏସବି ସ୍ୱପ୍ନା ପ୍ରମୁଖ ସାମିଲ ହୋଇ ଝାଡୁ ଧରି ସଫେଇ କରିଥିଲେ ।

Leave a Reply

Your email address will not be published. Required fields are marked *