ତ୍ରିମୁଖୀ ଲଢେଇ ମୁହାଁ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ

                                                                         ନିର୍ଣ୍ଣାୟକ ଭୂମିକା ନେବେକି ଓବିସି ଭୋଟର,,!!

ଜୁନାଗଡ଼, ୦୪/୦୪/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ )-କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ବିଜେଡିରୁ କ୍ରମାଗତ ଭାବେ ଦୁଇଥର ବିଧାୟକ ଓ ସମ୍ପ୍ରତି ତୃତୀୟ ଥର ପାଇଁ ମଧ୍ୟ ଦଳୀୟ ଟିକେଟ ହାତେଇବାରେ ସକ୍ଷମ ହୋଇଛନ୍ତି ଦିବ୍ୟଶଙ୍କର ମିଶ୍ର। ଭାଜପାରୁ ଗତଥର ପରାଜିତ ସତ୍ୱେ ମଧ୍ୟ ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ପ୍ରାର୍ଥୀ ମନୋଜ ମେହେର ଟିକେଟ ପାଇଛନ୍ତି। କଂଗ୍ରେସରୁ ଗୋଳ।ମୁଣ୍ଡା ବ୍ଲକର ବିଶିଷ୍ଟ ମାଳି ସମାଜର ସଂଗଠକ ତୁଲେଶ୍ୱର ନାଏକ ଟିକେଟ ପାଇଛନ୍ତି।

ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ କ୍ରମାଗତ ଭାବେ ଦୁଇଥର ବିଧାୟକ ଓ ତୃତୀୟ ଥର ଟିକେଟ ପାଇଁ ଦିବ୍ୟଶଙ୍କର ମିଶ୍ର ବିଜୟର ହ।ଟ୍ରିକ ମୁହାଁ ହୋଇଛନ୍ତି।ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା,ବିଗତ ଦଶ ବର୍ଷର ବିକାଶ ମୂଳକକାର୍ଯ୍ୟ, ନିଜର ଦଳୀୟ ସଂଗଠନ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଦ୍ୱାରା ନିର୍ବାଚନ ବୈତରଣୀ ପାର ହେବା ଯୋଜନା ରେ ବିଜୁ ଜନତା ଦଳ ପ୍ରକ୍ରିୟା ଜାରି ରଖିଛନ୍ତି। କ୍ରମାଗତ ଭାବେ ଦଳିୟ ବିଶ୍ୱାସ ଭାଜନ ହୋଇ ଦ୍ୱତୀୟ ଥରପାଇଁ ଭାଜପା ଟିକେଟ ହାତେଇ ଥିବା ନିର୍ବାଚନମଣ୍ଡଳୀ ର ସ୍ଥାନୀୟ ପ୍ରାର୍ଥୀ ମନୋଜ ମେହେର ଏଥର ଜିତିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବେ ବୋଲି ଆଶା ପ୍ରକଟ କରିଛନ୍ତି । ପ୍ରକାଶ ଥାଉକି ତାଙ୍କ ବଡ଼ଭାଇ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର ପୂର୍ବରୁ ତିନିଥର ବିଧାୟକ ଥାଇ ନିର୍ବାଚନ ମଣ୍ଡଳୀର ସେବାରେ ନିଜକୁ ନିୟୁଜନ କରିଛନ୍ତି।ସେ ଜଣେ ଓବିସିର ତୁଙ୍ଗ ନେତୃତ୍ୱ ଭାବେ ବେଶ ଜଣାଶୁଣା।ମନୋଜ ମେହେର ଜୁନାଗଡ଼ ଅଂଚଳର ସ୍ଥାନୀୟ ପ୍ରାର୍ଥୀତ୍ବ, ଓ ସାମଗ୍ରିକ ଭାବେ ସବୁ ଲୋକଙ୍କ ଠାରେ ସହଜେ ଗ୍ରହଣୀୟ ହୋଇଥିବାରୁ,ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ହାୱା ପାଇଁ ତାଙ୍କ ସ୍ଥିତି ମଧ୍ୟ ସମ୍ପ୍ରତି ସୃଦୁଡ଼ ରହିଛିଓ ଜିତିବା ପାଇଁ ସେ ଆଶାବାଦୀ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ନିର୍ବାଚନ ମଣ୍ଡଳୀର ଅନ୍ୟତମ ଯୁବ ଓବିସି ଚେହେରା କଂଗ୍ରେସ ପ୍ରାର୍ଥୀ ତୁଲେଶ୍ୱର ନାଏକ ଟିକେଟ ହାତେଇବାରେ ସକ୍ଷମ ହୋଇଛନ୍ତି । ଗୋଳlମୁଣ୍ଡା ବ୍ଲକ ର ଏକମାତ୍ର ପ୍ରାଥୀ ହୋଇଥିବାରୁ ଜନସାଧାରଣ ଙ୍କ ସହାନୁଭୂତି ପାଇବା ସମେତ ନିର୍ବାଚନ ମଣ୍ଡଳୀର ମଧ୍ୟ ସଠିକ ସଂଗଠନ ଦୀର୍ଘ ଦିନରୁ ଜାରି ରଖିଛନ୍ତି।ଏଭଳି ପରସ୍ଥିତିରେ ନିର୍ବାଚନ ମଣ୍ଡଳୀର ରାଜନୈତିକ ଚିତ୍ର ଏବେ ରୋଚକ ମୋଡ଼କୁ ଗତି କରୁଛି।ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବା ବ୍ୟାପକ ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *