ଯାଜପୁର ଜିଲ୍ଲାରେ ସାଇବର ସତର୍କତା ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଠିତ।

ଯାଜପୁର, ୧୬/୧୨/୨୦୨୫ (ଓଡ଼ିଶା ସମାଚାର)-  ଆଜି ଯାଜପୁର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ‘ବେଟି ବଚାଓ ବେଟି ପଢ଼ାଓ’  ଅଧୀନରେ ସାଇବର ସତର୍କତା ସମ୍ପର୍କିତ ଏକ ଦିନିକିଆ କର୍ମଶାଳା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ରତିକାନ୍ତ ଗିରି କହିଲେ ଆଜିର ସମୟରେ ଛୋଟ ପିଲାଠାରୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି। ଫୋନ, ଇନଷ୍ଟାଗ୍ରାମ, ହ୍ଵାଟସଆପ, ଫେସବୁକ୍ ଇତ୍ୟାଦି ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ତେବେ ଅପରାଧୀ ମାନେ ସକ୍ରିୟ ହୋଇ ପ୍ରତି କ୍ଷେତ୍ରରେ ଠକେଇ ପାଇଁ ଉଦ୍ୟମ କରୁଛନ୍ତି।

ସେଥିପ୍ରତି ଆମେ ସତର୍କ ହୋଇ ସାଇବର ଠକାମୀ ରୁ ବର୍ତ୍ତି ପରିବା ବୋଲି ଶ୍ରୀ ଗିରି କହିଥିଲେ।ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ଶ୍ରୀମତୀ ପାର୍ବତୀ ସାହୁ ବେଟି ପଢ଼ାଓ ବେଟି ବଚାଓ ଅଧୀନରେ ସାଇବର ଠକେଇ ରୁ କିଭଳି ଝିଅ ମାନେ ସତର୍କ ଓ ସଚେତନ ରହିବେ ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଉକ୍ତ ସମ୍ମିଳନୀ କକ୍ଷରେ ପ୍ରଶିକ୍ଷକ ଭାବେ ପୋଲିସ ସାଇବର ଏକ୍ସପର୍ଟରୁ ଇନ୍ସପେକ୍ଟର ଅଜୟ ସାହୁ ଏବଂ ଆଡଭୋକେଟ ଶ୍ରୀ ଅଖିଳ ମୋହନ ଦାସ ସାଇବର ଠକାମୀ ର କିପରି ଶିକାର ନ ହେବେ ଏହାର ଅଧିନିୟମ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସୁରକ୍ଷା ଅଧିକାରୀ, ପ୍ରୋଗ୍ରାମ ଅଧିକାରୀ, ସବ୍ ଡିଭିଜନାଲ ପି.ଓ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଆର.କେ.ଏସ.କେ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ସମସ୍ତ ସି.ଡି.ପି.ଓ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, କିଶୋରୀ ବାଳିକା, ସି.ଏଚ.ଏଲ୍, ରୁଚିକା ସଂଗଠନ ଡି.ସି., ଚାଇଲ୍ଡ ରାଇଟ ଆକ୍ଟିଭିଷ୍ଟ, ହବ ଷ୍ଟାଫ୍ ପ୍ରମୁଖ  ଯୋଗଦେଇ ସାଇବର ଅପରାଧର ସଂଜ୍ଞା, କି କି ପ୍ରକାର ଠକାମୀ, ତାହାର ନିରାକରଣ, ସଚେତନତା ଓ ସତର୍କତା ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ଉକ୍ତ କର୍ମଶାଳାରେ ୪ ଜଣ କିଶୋରୀ ବାଳିକା ଯଥା: ଶୁଭଶ୍ରୀ ସୁଭସ୍ମିତା ସେନାପତି, ଲକ୍ଷ୍ମୀପ୍ରିୟା ପୃଷ୍ଟି, ମନୀଷା ମନସ୍ଵିନୀ ଜେନା, ଦିପ୍ତିମୟୀ ଦାସଙ୍କୁ  ଅଦ୍ଵିକା କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ କରାଯାଇଥିଲା ।

ସର୍ବଶେଷରେ ସୁରକ୍ଷା ଅଧିକାରୀଣୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *