ଆଦର୍ଶ ସମାଜସେବୀ ଙ୍କୁ  ସମ୍ବର୍ଧନା ।

କିଶନନଗର, ୨୯/୦୫/୨୦୨୪ (ଓଡିଶାସମାଚାର   /ଅଭୟ ଜେନା )- ବରିଷ୍ଠ ସମାଜସେବୀ ତଥା ଆଧ୍ୟାତ୍ମିକ ପୁସ୍ତକ ପାଠକ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଦାସଙ୍କୁ ତାଙ୍କର ୯୩ ତମ ଜନ୍ମ ଜୟନ୍ତୀରେ ଶୁଭେଚ୍ଛା ଜଣାଇବା ସହ ସମାଜସେବା ଏବଂ ଆଧ୍ୟାତ୍ମିକ ସେବା ଦିଗରେ ପ୍ରଶଂସନୀୟ ଅବଦାନ ନେଇ ସମ୍ବର୍ଧିତ କରାଯିବା ପୂର୍ବକ ଆଶିଷ ଭିକ୍ଷା କରାଯାଇଛି । ଉତ୍କଳ ୟୁଥ୍ ଟ୍ରଷ୍ଟ ବାଙ୍ଗାଲୋର ଓ ସରସ୍ଵତୀ କଳା ପରିଷଦ କନ୍ଦରପୁର ସହ ସମ୍ପାଦକ ପ୍ରାବନ୍ଧିକ ଇଂ.ସେବକ ଶ୍ରୀକାନ୍ତ,ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ,ଓଡ଼ିଶା (ବିସିଟି) ସଂଯୋଜକ ରକ୍ତଦାତା ହେମନ୍ତ ଦାସ,ଇଂ.ହରେକୃଷ୍ଣ ବହିଦାର, ସମାଜସେବୀ ଆଶୋକ ସେଠୀ ପ୍ରମୁଖ ଶ୍ରୀଯୁକ୍ତ ଦାସଙ୍କ ଭୁବନେଶ୍ବର ସ୍ଥିତ ବସୋଭବନରେ ପହଂଚି ସମାଜ ସଂସ୍କାର,ସମାଜ ଓ ଯୁବ ପିଢୀଙ୍କ ଭାବଧାରା,ଆଧ୍ୟାତ୍ମିକବାଦ ଉପରେ ଆଲୋଚନା ସହ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ ଶ୍ରୀଯୁକ୍ତ ଦାସ ମହୋଦୟ ଗଣି ଦାସ ଓ ଝୁଲଣା ଦେବୀଙ୍କ ସୁପୁତ୍ରଅଟନ୍ତି | ସେ ଆଳି ବ୍ଲକ୍ ଅଳପୁଆ ଗ୍ରମରେ ଜନ୍ମ ଗ୍ରହଣ କରି ଥିବା ବେଳେ, ବରୀରେ ସହାବସ୍ଥାନ କରିବା ସହ ଯାଦବ ସମିତି,ଗ୍ରାମ୍ୟ କମିଟି ସହ ମଠ ମନ୍ଦିର ପୁନରୁଦ୍ଧାର ଏବଂ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରି ସମାଜ ଗଠନ,ସାହିତ୍ୟ ସଂସ୍କୃତି ପ୍ରଚାର ପ୍ରସାର,ଦେଶ ଜାତି ବିକାଶ ପାଇଁ ମହତ୍ କାର୍ଯ୍ୟ କରି ଖୁବ୍ ପ୍ରତିଷ୍ଠା ଲାଭ କରିଛନ୍ତି ।

Leave a Reply

Your email address will not be published. Required fields are marked *