ନିଶ୍ଚିନ୍ତକୋଇଲି,୧୪/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) ହରିହର ମିଳନ ଓ ଚିତ୍ରୋତ୍ପଳା ତଟୋତ୍ସବ ନିମନ୍ତେ ଜନାର୍ଦ୍ଦନ ପୁର ଓ କଳମିଶ୍ରି ପଂଚାୟତ ବ୍ୟକ୍ତି ବିଶେଷ ଙ୍କୁ ନେଇ ପ୍ରସ୍ତୁତି ବୈଠକ ଜନାର୍ଦ୍ଦନପୁର ଅମୃତମଣୋହି ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମହନ୍ତ ଶ୍ରୀ ବିପ୍ର ଚରଣ ଦାସ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଦୋଳ ମେଳଣ ଓ ତ୍ରିଦିବାସୀୟ ଉତ୍ସବ ଆୟୋଜନ ସମ୍ପର୍କ ରେ ଆଲୋଚନା କରାଯାଇଥିଲା ।
ଦୋଳ ପୂର୍ଣ୍ଣିମା ପରବର୍ତୀ ପଞ୍ଚୁଦୋଳ ରେ ଆଗାମୀ ମାର୍ଚ୍ଚ ମାସ ୭,୮ଓ ୯ତାରିଖ ରେ ଏହି ଉତ୍ସବ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା । ୭ତାରିଖ ରେ ଉଦଘାଟନ ଉତ୍ସବ, ୮ତାରିଖ ରେ ମେଳଣ ଓ ୯ତାରିଖ ରେ ଉଦଯାପନୀ ଉତ୍ସବ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବବୋଲି ନିଷ୍ପତ୍ତି ହୋଇଥିଲା । ବୈଠକ ରେ ସର୍ବଶ୍ରୀ ପ୍ରମୋଦ କୁମାର ନାୟକ,ଅନୀଲ କୁମାର ପରିଡା, ବିଶ୍ୱଜିତ ପରିଡା, କାଳନ୍ଦୀ ସାହୁ, ଅଶୋକ ପାତ୍ର, ଶଶାଙ୍କ ଶେଖର ପାତ୍ର, ନୀଳକଣ୍ଠ ପାତ୍ର, ସୁଦାମ ବେହେରା, ସନାତନ ବେହେରା, ଜ୍ୟୋତି ରଞ୍ଜନ ସାହୁ, ସାମ୍ବାଦିକ ଅଭୟ ଜେନା, ଅକ୍ଷୟ ଦାଶ ପ୍ରମୁଖ, ବହୁ ବ୍ୟକ୍ତି ଆଲୋଚନା ରେ ଭାଗ ନେଇଥିଲେ ।
