ଜଗତସିଂହପୁର, ୧୩/୧୨/୨୦୨୫ (ଓଡ଼ିଶା ସମାଚାର)- ଆପଣଙ୍କ ପୁଞ୍ଜି, ଆପଣଙ୍କ ଅଧିକାର ଶୀଷକ ସଚେତନତା ଶିବିର ୧୨ ଡିସେମ୍ବର ୨୦୨୫ ରେ ୟୁକୋ ବ୍ୟାଙ୍କ ଆତ୍ମ-ନିଯୁକ୍ତି ତାଲିମ ପ୍ରତିଷ୍ଠାନ ଜଗତସିଂହପୁର ରେ ଅନୁଷ୍ଠିତ ହେଇଯାଇଛି । ମୁଖ୍ୟ ଅତିଥ୍ ଭାବେ ଜିଲା ପରିଷଦ ସଭାପତି ମନୋଜ କୁମାର ଭୋଇ ସମ୍ମାନିତ ଅତିଥ୍ ଭାବେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଆଞ୍ଚଳିକ ପରିଚାଳକ ବିଜୟ କୁମାର ବେହେରା , ଏଲେ . ଆଇ . ସି ବିଭାଗୀୟ ପରିଚାଳକ ନିରଞ୍ଜନ ବେହେରା , ରିଜର୍ଭ ବ୍ୟାଙ୍କର ପ୍ରବନ୍ଧକ ମୌସୁମୀ ଶ , ୟୁକୋ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧ ବର୍ଷା ଏବଂ ଜଗତସିଂହପୁର ଜିଲା ଅଗ୍ରଣୀ ଶାଖା ମୁଖ୍ୟ ପ୍ରବନ୍ଧକ ଅନିଲି କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।
ଦୀର୍ଘ ଦିନ ଧରି କାରବାର ହେଉ ନଥିବା ବ୍ୟାଙ୍କ ଜମାଖାତା ଓ ଜମା ରାଶି ଥାଇ ଦାବି ବିହୀନ ଖାତାରେ ଥିବା ପୁଞ୍ଜି କିପରି ଖାତା ଧାରକ କିମ୍ବା ମୃତ ବ୍ୟକ୍ତିର ପରିବାର ଫେରି ପାଇବେ ସେ ବିଷୟରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ଜନସାଧାରଣଙ୍କ ସଚେତନ ପାଇଁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଷ୍ଟଲ ଖୋଲା ଯାଇଥିଲା। ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ସଚେତନ ପୁସ୍ତକକୁ ଅତିଥ୍ ମାନେ ଉନ୍ମୋଚନ କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨ଶହରୁ ଊର୍ଦ୍ଧ୍ବ ଜମାକାରୀ ଯୋଗ ଦେଇଥିଲେ।
