କଟକ ସଦର,୧୩/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତ ଜଗନ୍ନାଥପୁର ର କୁଖ୍ୟାତ ଗଞ୍ଜେଇ ବେପାରୀ ଟୁଲା ଓରଫ ସୁଶାନ୍ତ ସାହୁ ଙ୍କୁ ଦୀର୍ଘ ଦିନ ହେଲା ଧରିବାକୁ ପୋଲିସ ଜାଲ ବିଛେଇ ଥିବା ବେଳେ ଗତକାଲି ଶୁକ୍ରବାର ରାତିରେ ସିଏ ଜାଲରେ ପଡ଼ିଥିବା ଜଣାପଡିଛି।ଟୁଲାକୁ ଥାନାରୁ ଖସାଇ ନେବାକୁ କେତେକ ତଥାକଥିତ କୁଜିନେତା ଚାପ ସୃଷ୍ଟି କରିଵା ଏବଂ ବିଭିନ୍ନ ଉଦ୍ୟମ ଶେଷରେ ବ୍ୟର୍ଥ ହୋଇଛି।
ଆଜି ଶନିବାର ଉକ୍ତ ଗଞ୍ଜେଇ ମାଫିଆ ଟୁଲା କୁ ମାମଲା ନଂ ୩୪୫,ଦଫା ୨୦ (ବି ଆଇ ଆଇ),(ବି),ଏନଡି ପିଏସ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ତା ଠାରୁ ୩ କେଜି ୧୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। କୁଜି ନେତାଙ୍କ ଚାପକୁ ପ୍ରତ୍ୟାଖ୍ୟାନ କରି ଉଚିତ୍ ପଦକ୍ଷେପ ଗ୍ରହଣ କରିଥିବାରୁ ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତିଙ୍କ ନିକଟକୁ ପ୍ରଶଂସା ର ସୁଅ ଛୁଟିଛି।
