କଟକ ସଦର , ୦୪/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଏସିଆ ମହାଦେଶର ସର୍ବବୃହତ କଟକର ଐତିହାସିକ ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢାଇଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ବାଲିଯାତ୍ରାର ଆଜି ସୋମବାର ଥିଲା ଶେଷ ଦିନ। ହେଲେ ଲୋକମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ସିଏମସି ମେୟର ସୁବାସ ସିଂହ ବାଲିଯାତ୍ରାକୁ ଆଉ ଦୁଇଦିନ ବଢ଼ାଇବା ପାଇଁ ଅନୁରୋଧ କରି ଚିଠି ଲେଖିଥିଲେ। ହେଲେ ମୂଖ୍ୟମନ୍ତ୍ରୀ ଦୁଇଦିନ ପରିବର୍ତ୍ତେ ଗୋଟିଏ ଦିନ ବଢାଇବା ପାଇଁ ଆଵଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା କାଲି ମଙ୍ଗଳବାର ଦିନ ପୋଢୁଆଁ ଅଷ୍ଟମୀରେ ବାଲିଯାତ୍ରାର ଶେଷ ଦିନ ଭିଡ଼ ଅସମ୍ଭବ ହୋଇପଡିବ ଵୋଲି ଜଣାଯାଇଛି ।
Related Posts
ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ
କାର୍ଯ୍ୟର ଉନ୍ନତ ମାନ ବଜାୟ ରଖି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ମାନ୍ୟବର ମନ୍ତ୍ରୀଙ୍କ ନିର୍ଦ୍ଦେଶ ରାଜ୍ୟ ଯୋଜନାରେ ଅକଟୋବର ୩୧ ସୁଦ୍ଧା ଗତବର୍ଷ…
ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀର ତଣ୍ଟି କାଟିଲା ସ୍ଵାମୀ : ଅଭିଯୁକ୍ତ ଗିରଫ
ବାଲିଗୁଡା,୨୭/୧୦/୨୦୨୪ (ଓଡିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ନୂଆମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ…
ଭୁବନ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା
ଚଳିତ ବର୍ଷ ୨୭ ପ୍ରଜାତିର ୯୯୮ ପକ୍ଷୀ ଭୁବନ,୧୮/୦୧/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଫରେଷ୍ଟ ରେଞ୍ଜରେ ସମୁଦାୟ ୯୯୮ ଟି ପକ୍ଷୀ ଗଣନା କରାଯାଇଛି । ଫରେଷ୍ଟ…
