କଟକ ସଦର , ୦୪/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଏସିଆ ମହାଦେଶର ସର୍ବବୃହତ କଟକର ଐତିହାସିକ ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢାଇଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ବାଲିଯାତ୍ରାର ଆଜି ସୋମବାର ଥିଲା ଶେଷ ଦିନ। ହେଲେ ଲୋକମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ସିଏମସି ମେୟର ସୁବାସ ସିଂହ ବାଲିଯାତ୍ରାକୁ ଆଉ ଦୁଇଦିନ ବଢ଼ାଇବା ପାଇଁ ଅନୁରୋଧ କରି ଚିଠି ଲେଖିଥିଲେ। ହେଲେ ମୂଖ୍ୟମନ୍ତ୍ରୀ ଦୁଇଦିନ ପରିବର୍ତ୍ତେ ଗୋଟିଏ ଦିନ ବଢାଇବା ପାଇଁ ଆଵଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା କାଲି ମଙ୍ଗଳବାର ଦିନ ପୋଢୁଆଁ ଅଷ୍ଟମୀରେ ବାଲିଯାତ୍ରାର ଶେଷ ଦିନ ଭିଡ଼ ଅସମ୍ଭବ ହୋଇପଡିବ ଵୋଲି ଜଣାଯାଇଛି ।
Related Posts
୨୬ରେ ମୌସୁମୀ ଛୁଇଁବ କେରଳ !
ନୂଆଦିଲ୍ଲୀ / ଭୁବନେଶ୍ୱର,୧୫/୦୫/୨୦୨୬(ଓଡ଼ିଶା ସମାଚାର)- ମେଁ ୨୬ରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଭାରତ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ଏହା କହିଛି…
କନ୍ଧମାଳ ର ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର, ଜନସାଧାରଣ ଭୟଭୀତ
କନ୍ଧମାଳ,୨୨/୦୬/୨୪ (ଓଡିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବନ୍ଧ ଏବଂ ଗୋଛାପଡା ଥାନା ଅଧୀନ କ୍ରାଣ୍ଡିବାଲି, ପକାରୀ ସହ ବିଭିନ୍ନ…
ଜୁଲାଇ ୯ରେ ଶ୍ରମିକ ସଂଗଠନର ଧର୍ମଘଟ
କେନ୍ଦ୍ରାପଡ଼ା,୨୫/୦୬/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକ ମିଳିତ ଭାବରେ ଚଳିତମାସ ୨୦ତାରିଖରେ ଧର୍ମଘଟ କରିବାକୁ ପୂର୍ବରୁ ଘୋଷଣା କରିଥିଲେ । କିନ୍ତୁ ଅନିବାର୍ଯ୍ୟ କାରଣ…
