ବାଲିଗୁଡା,୧୩/୧୨/୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବନ ବିଭାଗ କଲୋନୀ ପରିସରରୁ ଏକ ବନସୁନ୍ଦରୀ ବା ପାହାଡିଆ ଚିତି ସାପ ବନ ବିଭାଗ କର୍ମଚାରୀ ଉଦ୍ଧାର କରିଥିବା ଜଣା ପଡ଼ିଛି । ପ୍ରକାଶ ଯେ, କଲୋନୀ ପଛପଟ ବଗିଚାରେ ପିଲାମାନେ ଖେଳୁଥିବାବେଳେ ସାପଟିକୁ ଦେଖି ଜନୈକ ବନ ବିଭାଗ କର୍ମଚାରୀ ଙ୍କୁ ଖବର କରିବାପରେ ସାପ ସ୍କ୍ୱାର୍ଡ କର୍ମଚାରୀ ଆସି ଉକ୍ତ ସାପ ଟିକୁ ଉଦ୍ଧାର କରିବା ସହ ସୁରକ୍ଷିତ ସ୍ଥାନରେ ନେଇ ଛାଡିଥିବା ବିଷୟ ବନ ବିଭାଗ ପକ୍ଷରୁ କୁହାଯାଇଛି ।
ବନ ବିଭାଗ କଲୋନୀ ପରିସରରୁ ସାପ ଉଦ୍ଧାର
