୯ମ ଶ୍ରେଣୀ ଛାତ୍ର ପକେଟ ରୁ ବନ୍ଧୁକ ଜବତ

ଗରଦପୁର,୧୩/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲା ଅଧିନସ୍ଥ କୁଦାନଗରୀ ଥାନା ଅଂଚଳରେ ଥିବା କୋରୁଆ ସରକାରୀ ଉଚ ବିଦ୍ୟାଳୟ ର ଶ୍ରଣୀ ଗୃହରେ ଜଣେ ଛାତ୍ର ନିକଟରୁ ଏକ ବନ୍ଧୁକ ଜବତ କରାଯିବା ଘଟଣା ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି । ଗତକାଲି ବିଦ୍ୟାଳୟର ୯ମ ଶ୍ରେଣୀ ରେ ଗଣିତ କ୍ଲାସ ଚାଲିଥିବାବେଳେ ଜଣେ ଛାତ୍ର ପକେଟ ଉଚା ଦେଖାଯାଉଥିବାରୁ ଶିକ୍ଷକ ଛାତ୍ର ପକେଟ ଯାଂଚ କରିବାରୁ ଏକ ଛୋଟ ବନ୍ଧୁକ ମିଳିଥିଲା । ସମ୍ପୃକ୍ତ ଶିକ୍ଷକ ଙ୍କ ଠାରୁ ଜାଣି ପ୍ରଧାନ ଶିକ୍ଷକ ଏ ସମ୍ପର୍କରେ କୁଦାନଗରୀ ଥାନାକୁ ଜଣାଇବା ପରେ ପୋଲିସ ପହଂଚି ବନ୍ଧୁକ ଟିକୁ ଜବତ କରି ଫରେନସିକ୍ ଲାବୋରେଟୋରୀକୁ ପରୀକ୍ଷା ପାଇଁ ପଠାଇବା ସହିତ ସମ୍ପୃକ୍ତ ଛାତ୍ରକୁ ସୁଧାର ଗୃହରେ ରଖାଯାଇଛି ।
ଜବତ ଏହି ବନ୍ଧୁକଟି ଚଢ଼େଇ ହୁଡ଼ା ବା ମାଙ୍କଡ଼ ହୁଡ଼ା ଛଡ଼ÿରା ବୋଲି କେତେକ କହୁଛନ୍ତି । ତେବେ ୯ମ ଶ୍ରେଣୀ ଛାତ୍ର କେଉଁ ଉଦେଶ୍ୟରେ ଏହି ଛଡ଼ରାକୁ ବିଦ୍ୟାଳୟକୁ ଆଣି ଆସିଥିଲା, ତାହା ବର୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।

 

Leave a Reply

Your email address will not be published. Required fields are marked *