କଟକ ସଦର,୧୩/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵୈୟାଳିଶମୈ।ଜା କଳପଡା ପଞ୍ଚାୟତରେ ଅବସ୍ଥିତ କଦମ୍ଵେଶ୍ୱର ମନ୍ଦିର ର ଭୋଗ ମଣ୍ଡପ ଆଜକୁ ଦୀର୍ଘ ଦିନ ହେବ ରାଜନୈତିକ ଇଛାଶକ୍ତିର ଅଭାବରୁ କେବଳ ଫଳକରେ ସୀମିତ ରହିଥିବା କୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ ଆବଶ୍ୟକତା ଦୃଷ୍ଟିରୁ ‘ ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରେ ୫.୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ଭୋଗ ମଣ୍ଡପ ପାଇଁ ଫଳକ ମରାଯାଇ କାର୍ଯ୍ୟ ଆରମ୍ଭ ପାଇଁ ଇଟା ବାଲି ଆଦି ସରଞ୍ଜାମ ପକାଯାଇ ଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ଉଠାଇ ନିଆଯାଇଥିବା ଜଣାପଡିଛି। ଯାହା ଫଳରେ ଭୋଗ ମଣ୍ଡପ ନିର୍ମାଣ କାର୍ଯ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏଥିପାଇଁ ମନ୍ଦିର କମିଟି ଓ ଗ୍ରାମ୍ୟ କମିଟି ପକ୍ଷରୁ ଅସନ୍ତୋଷ ଦେଖା ଦେଇଥିବା ବେଳେ ତୁରନ୍ତ ଏହାର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ଠାରେ ଦାବି ହୋଇଛି।
