ବଦଳିଲା ମନରେଗା ନାଁ

ଭୁବନେଶ୍ୱର,୧୩/୧୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତି ନେଇଛନ୍ତି । କେନ୍ଦ୍ର ସରକାର ମନରେଗା ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା ନାଁରେ ନାମିତ କରିଛନ୍ତି  । ଏପରିକି ସରକାର ଯୋଜନାରେ ସର୍ବନିମ୍ନ ନିଯୁକ୍ତି ଦିବସକୁ ମଧ୍ୟ ବୃଦ୍ଧି କରିଛନ୍ତି । ପୂର୍ବରୁ ସର୍ବନିମ୍ନ ୧୨୫ ଦିନ ନିଯୁକ୍ତି ଦିବସ ଥିବାବେଳେ ଏହାକୁ ୨୪୦ ଦିନ ଯାଏ ବୃଦ୍ଧି କରାଯାଇଛି । ପ୍ରଥମେ ଏହାର ନାଁ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଂଟି ରହିଥିଲା । ପରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଂଟି ହୋଇଥିଲା । ବର୍ତମାନ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନାନାଁରେ ନାମିତ କରାଯାଇଛି ।

Leave a Reply

Your email address will not be published. Required fields are marked *