କଟକ ସି.ଡ଼ି.ଏ. ଠାରେ ଉଦଘାଟିତ ହେଲା ଫ୍ରୋଜିଟ୍ ର ୧୫ ତମ ଆଉଟଲେଟ୍

କଟକ,୧୨/୧୨/୨୦୨୫(ଓଡ଼ିଶା ସମାଚାର)-କଟକରସି.ଡ଼ି.ଏସେକ୍ଟର ୯ ଠାରେଓଡ଼ିଶାର ଅଗ୍ରଣୀ ଖାଦ୍ୟ ଉଦ୍ୟୋଗ ଫ୍ରୋଜିଟ୍ ର ୧୫ତମ ଆଉଟଲେଟ୍ ଆଜି ଉଦଘାଟିତ ହୋଇଯାଇଛି । ଏହି ଆଉଟଲେଟ୍ କୁ ଉଦଘାଟନ କରିଥିଲେ ଫ୍ରୋଜିଟ୍ ର ପ୍ରତିଷ୍ଠାତା, ନିର୍ଦେଶିକା ତଥା ଓଡ଼ିଶାରବିଶିଷ୍ଟ ଯୁବ ମହିଳା ଉଦ୍ୟୋଗୀ ଶ୍ରୀମତୀ ରଶ୍ମି ସାହୁ । ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ନିର୍ଦେଶକ ଡ଼. ଅଭିନାଶ ନନ୍ଦ, ପ୍ରଯୋଜକ ଓ ଚଳଚ୍ଚିତ୍ର ସଂରକ୍ଷକ ଶ୍ରୀ ବାପୁଲେଙ୍କା, ବିଶିଷ୍ଟ ସଂଗୀତ ନିର୍ଦେଶକ ଶ୍ରୀଶରତ ନାୟକ, ବିଶିଷ୍ଟ ଗୀତିକାର ଶ୍ରୀ ଅରୁଣ ମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।


ଓଡ଼ିଶାର ପ୍ରଥମ ଫ୍ରୋଜେନ୍ ଫୁଡ଼୍ ଉଦ୍ୟୋଗ ଫ୍ରୋଜିଟ୍ ଦୀର୍ଘ ୧୩ ବର୍ଷ ଧରି ସବୁବେଳେ ସମୟ ଉପଯୋଗୀ ଓ ସୁସ୍ୱାଦୁ ଖାଦ୍ୟ ଯୋଗାଇ ଆସିଛି । ବିଭିନ୍ନ ବର୍ଗର ଲୋକମାନେ ସେମାନଙ୍କ ମନପସନ୍ଦର ଖାଦ୍ୟ ଏହିଫ୍ରୋଜିଟ୍ ଆଉଟ୍ ଲେଟ୍ ରେ ପାଇପାରିବେ । ପିଜା, ବର୍ଗର, ସ୍ୟାଣ୍ଡଓି୍ୱଚ୍, ପଫ୍, କେକ୍, ପେଟିସ୍, ପ୍ୟାଷ୍ଟ୍ରି, କଫି, ପାଉଁରୁଟି, କୁକିଜ୍, କୋଲଡ୍ କଫି ଆଦି ସୁଲଭ ଓ ସୁବିଧା ଦରରେଏଠାରେ ଉପଲବ୍ଧ ଥିବାବେଳେ ବିଭିନ୍ନ ପ୍ରକାର ମୃଦୁ ପାନୀୟ ଯଥା ରସିଲେ, ଲିଚି ଆଦି ମଧ୍ୟ ଏହି ଫ୍ରୋଜିଟ୍ ଆଉଟ୍ ଲେଟ୍ ରେ ଉପଲବ୍ଧ । ସମସ୍ତ ଖାଦ୍ୟପ୍ରେମୀ ମାନଙ୍କ ପାଇଁ ଉଦଘାଟନର ପ୍ରଥମ ସପ୍ତାହରେ ୧୫% ବିଶେଷ ରିହାତି ରହିବ ବୋଲି ପ୍ରକାଶ କରିଥିଲେ ଆଉଟ ଲେଟ ମୂଖ୍ୟ ଦ୍ୟାନିସ୍ ସ୍ୱାଇଁ । ଲୋକଙ୍କ ରୁଚି କୁ ପ୍ରାଥମିକତା ଦେଇ ଆମେ ସର୍ବଦା ସୁସ୍ୱାଦୁ ଖାଦ୍ୟ ଯୋଗାଇଦେବା ପାଇଁ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ ଆଉଟ୍ ଲେଟ୍ ର ସେଲସ୍ ବିଭାଗର ମୂଖ୍ୟ ଅଂଶୁମାନ ମିଶ୍ର । ଏହି ଅବସରରେ ରୁଚିର ନିର୍ଦେଶିକା ଶ୍ରୀମତୀ ସଙ୍ଗୀତା ସାହୁ ଓ ସଲିନା ସାହୁ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିବାବେଳେ ରୁଚି ଓ ଫ୍ରୋଜିଟ୍ ର ଅନେକ ଶୁଭେଚ୍ଛୁ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।


ଆଗାମୀ ଦିନରେ ଆହୁରି ଅଧିକ ଫ୍ରୋଜିଟ୍ ଆଉଟ ଲେଟ୍ ଖୋଲି ଗ୍ରାହାକମାନଙ୍କୁ ସୁସ୍ୱାଦୁ, ଗୁଣାତ୍ମକ ଖାଦ୍ୟ ପରଷିବା ସହ ଆମ ରାଜ୍ୟର ପାରମ୍ପରିକ ଖାଦ୍ୟକୁ ବାହାରକୁ ନେଇ ଲୋକାଦୃତ କରିବା ଆମର ଲକ୍ଷ ବୋଲି ନିର୍ଦେଶିକା ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ଏହାଛଡ଼ା ଏହି ଫ୍ରୋଜିଟ୍ ଆଉଟ ଲେଟ୍ ବିଜନେସ୍ ମାଧ୍ୟମରେ ଅନେକ ଯୁବଖାଦ୍ୟ ବ୍ୟବସାୟୀ ତିଆରିକରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ମଧ୍ୟ ଆମର ଲକ୍ଷ ବୋଲି ସେ କହିଥିଲେ ।

ଏହି ଆଉଟ୍ଲେଟ୍ ଉଦଘାଟନୀ କାର୍ଯ୍ୟକ୍ରମରେ ଫ୍ରୋଜିଟ୍ ପରିବାର ପକ୍ଷରୁ ଶିଳ୍ପା ଦାସ, ଶ୍ରୀକାନ୍ତ ମହାପାତ୍ର, ଆଦ୍ୟାଶା ପଟ୍ଟନାୟକ, ରାଜା ନିର୍ମାଲ୍ୟ,ଲୋକସଂପର୍କ ଅଧିକାରୀ ଶୁଭାଶିଷ୍ ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବାବେଳେ ହ୍ୱାଇଟ୍ କାନଭାସ ଇଭେଂଟ୍ସ୍ ର ସହଯୋଗୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *