ଭୁବନେଶ୍ବର, ୦୨/୦୫/୨୦୨୪ (ଓଡ଼ିଶା ସମାଚାର)- ବିଜେଡିର ବହୁ ପ୍ରତିକ୍ଷୀତ ଅବଶିଷ୍ଟ ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ଆସନରୁ ବିଧାନସଭା ପ୍ରାର୍ଥୀ ଘୋଷଣା କରାଯାଇଛି। କୋରେଇରୁ ସନ୍ଧ୍ୟାରାଣୀ ଦାସ ପ୍ରାର୍ଥୀ ହୋଇଥିବାବେଳେ ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ ଏବଂ ନୀଳଗିରି ଆସନରୁ ସୁକାନ୍ତ କୁମାର ନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ସନ୍ଧ୍ୟାରାଣୀ ଦାସ ବିଜେଡି ସଂଗଠନ ସମ୍ପାଦକ ବବି ଦାସଙ୍କ ମା’। ସେହିପରି ଦେବଗଡ଼ ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି। ଦେବଗଡ଼ ବିଧାନସଭା ପ୍ରାର୍ଥୀ ଅରୁନ୍ଧତୀ ଦେବୀଙ୍କ ବଦଳରେ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।
ଦେବଗଡ଼ ପ୍ରାର୍ଥୀ ବଦଳାଇବା ସହିତ ଆଉ ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି
