ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା

ନିମାପଡା, ୦୧/୧୦/୨୦୨୪ (ଓଡ଼ିଶା ସମାଚାର)-ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା  ଉନ୍ନୟନ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଛନ୍ତି l ପୂର୍ବନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାଇ ସୋମବାର ଦିନ ସକାଳୁ ସକାଳଲୁ ଶ୍ରୀମତୀ ପରିଡା ଏନଏସି ଅଧିନରେ ଥିବା ଶିଶୁ ଉଦ୍ୟାନ, ନବନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ,ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ନୂତନ ଗୃହ ନିର୍ମାଣସ୍ଥଳ,୨୦ ଶଯ୍ୟା ବିଶିଷ୍ଟ ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ନିବାସ ନୂତନ ଗୃହ ନିର୍ମାଣ ସ୍ଥଳ ପ୍ରମୁଖ ପରିଦର୍ଶନ କରିବାସହିତ ନିର୍ମାଣ କାଯ୍ୟର ସମୀକ୍ଷା କରିଥିଲେ l ଏହି ଅବସରରେ ନିମାପଡା ପୌରଅରିଷଦ ନିର୍ବାହୀ ଅଧିକାରୀ ସରୋଜ ଆଚାର୍ଯ୍ୟ, ତହସିଲଦାର ବସନ୍ତ କୁମାର ହାତୀ, ବିଡ଼ିଓ ଡ଼କ୍ଟର ଅଭିଜିତି ଷଢ଼ଙ୍ଗୀ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀ ସତ୍ୟଜିତି ଦଳେଇ ଏବଂ ମଣ୍ଡଳ ଶିକ୍ଷା ଅଧିକାରୀ ଦ୍ଵିତୀକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *