ପ୍ରଫେସର କିଶୋର ବାସା ଓ ଇଞ୍ଜିନିଅର ଅଶୋକ ବାସାଙ୍କ ସହ ମୁଖ୍ୟ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ

ଭାରତର ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ଉପସ୍ଥାପିତ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରସ୍ତାବ ସମ୍ବନ୍ଧରେଆଲୋଚନା

ଭୁବନେଶ୍ୱର,୧୨/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗତ ବୁଧବାର ଦିନ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଓଡ଼ିଶାର ସ୍ୱନାମଧନ୍ୟସୁସନ୍ତାନ ତଥା ଯମଜ ଭ୍ରାତା ପ୍ରଫେସର କିଶୋର ବସା, ପୂର୍ବତନ ଅଧ୍ୟକ୍ଷ, ନ୍ୟାସନାଲ୍ ମନୁମେଣ୍ଟଅଥରିଟି ଓ ଇଞ୍ଜିନିୟର ଅଶୋକ ବସା, ଚେୟାର, ସ୍ଟ୍ରାଟେଜିକ୍ ପ୍ଲାନିଙ୍ଗ କମିଟି, ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍ସ ଉପସ୍ଥିତ ଥିଲେ। ୧୮ନଭେମ୍ବର ୨୦୨୫ରେ ସେମାନେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନଠାରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ମୁଖରେ ଓଡ଼ିଶା ସମ୍ବନ୍ଧୀୟ ନିଜ ନିଜ କ୍ଷେତ୍ର ସମ୍ବନ୍ଧୀୟ ବିସ୍ତୃତ ପ୍ରସ୍ତାବ ପ୍ରଦାନ କରିଥିଲେ। ସେହି ପରିପ୍ରେକ୍ଷୀରେ ଏହି ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା।

        ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, କମିଶନର ତଥା ଶାସନ ସଚିବପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଶ୍ରୀ ଗିରୀଶଏସ୍‌.ଏନ୍‌, କମିଶନର ତଥା ଶାସନ ସଚିବ ପର୍ଯ୍ୟଟନ ବିଭାଗ ଶ୍ରୀ ବଳବନ୍ତ ସିଂହ, କମିଶନର ତଥା ଶାସନ ସଚିବ ଏସ୍‌.ଟି. ଓ ଏସ୍‌.ସି. ବିକାଶ, ସଂଖ୍ୟାଲଘୁ  ଓ ପଛୁଆ ବର୍ଗ କଲ୍ୟାଣ  ବିଭାଗ ଶ୍ରୀ ବି. ପରମେଶ୍ୱରନ୍, କମିଶନର ତଥା ଶାସନ ସଚିବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣଏହି ବୈଠକରେ ଉପସ୍ଥିତ ଥିଲେ।

        ପ୍ରଫେସର କିଶୋର ବସା ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରେରିତ ତାଙ୍କ ପତ୍ରରେ ଉଲ୍ଲେଖିତ ପ୍ରସ୍ତାବଗୁଡ଼ିକୁ ବିସ୍ତୃତ ଭାବରେ ପ୍ରସ୍ତୁତ କରିଥିଲେ ଯାହା ମୟୂରଭଞ୍ଜ ଜିଲ୍ଲାର ସାମାଜିକ,ସାଂସ୍କୃତିକ ଓ ଶିକ୍ଷାଗତ ବିକାଶ ଉପରେ କେନ୍ଦ୍ରିତ ଥିଲା। ସେ ରାଇରାଙ୍ଗପୁରଠାରେ ଏକ ଜାତୀୟ ଜନଜାତି ବିକାଶ ସଂସ୍ଥାନସ୍ଥାପନ ପାଇଁ ପ୍ରସ୍ତାବ ରଖିଥିଲେ, ଯାହା ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଜନଜାତିପ୍ରଧାନ ଅଞ୍ଚଳ ସମୀପରେ ଥିବାରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣସଂସ୍ଥାନ ଭାବେ ଉଭା ହେବା ସମ୍ଭାବନା ରହିଛି । ଏହା ସହିତ, ସେ ମୟୁରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଏକ ନ୍ୟାସନାଲ୍ ସେଣ୍ଟର୍ ଫର୍ ଝୁମର ସ୍ଥାପନା ପାଇଁ ସେ ପ୍ରସ୍ତାବ ରଖିଥିଲେ। ତାହା ସହ ଖିଚିଙ୍ଗ ସ୍ଥିତ ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟକୁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏ.ଏସ.ଆଇ.) ଅଧୀନକୁ ଆଣିବା ପାଇଁ ମଧ୍ୟ ସେ ଅନୁରୋଧ କରିଥିଲେ, ଯାହା ମାଧ୍ୟମରେ ଉତ୍ତମ ସଂରକ୍ଷଣ, ପ୍ରଦର୍ଶନୀକରଣ ଓ ପ୍ରଚାର ସମ୍ଭବ ହେବ। ବର୍ତ୍ତମାନ ଏହି ସଂଗ୍ରହାଳୟଟି ଓଡିଶା ସରକାରଙ୍କ ଅଧୀନରେ ରହିଛି ।ପ୍ରଫେସର ବସା ଆଦିବାସୀ ସଶକ୍ତିକରଣ, ଐତିହ୍ୟ ସଂରକ୍ଷଣ ଏବଂ ଆଞ୍ଚଳିକ ବିକାଶକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପଗୁଡ଼ିକର ସମ୍ଭାବନା ଉପରେ ଆଲୋକପାତ କରିଥିଲେ।

        ଇଞ୍ଜିନିୟର ଅଶୋକ ବସା ଓଡ଼ିଶାରେଜଳସମ୍ପଦ ପ୍ରବନ୍ଧନରେ ଯଥୋଚିତ ଶାସନ ବ୍ୟବସ୍ଥା ସ୍ଥାପନାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଭାରତ ବର୍ତ୍ତମାନ ଗଭୀର ଜଳ ସଂକଟ ମଧ୍ୟରେ ଗତି କରୁଛି ଏବଂ ୨୦୫୦ ସୁଦ୍ଧା ଏହା ଦେଶର ଜି.ଡ଼ି.ପି. ରେ ୬% ଅବନତି ଘଟାଇପାରେ ।ଏହି ପରିପ୍ରେକ୍ଷୀରେ,ସେ ଓଡ଼ିଶାରେ ଜଳ ସମ୍ପଦ ପରିଚାଳନା ଏବଂ ଜଳନୀତିର ପୁନର୍ଗଠନ ପାଇଁ ଏକ ରାଜ୍ୟ ଜଳ ପରିଚାଳନା ପ୍ରାଧିକରଣ

ଗଠନ କରାଯିବା ପାଇଁ ପ୍ରସ୍ତାବ ରଖିଥିଲେ,ଯାହା ବିଭିନ୍ନ ବିଭାଗର ଆବଶ୍ୟକତା ପୂରଣ-ଯୋଗାଣ ସମନ୍ୱୟ ପାଇଁ ଏକ ନୋଡାଲ୍ ସଂସ୍ଥା ଭାବରେ କାମ କରିବ। ସେ ଆହୁରି ମଧ୍ୟ କହିଥିଲେ ଯେ, ଗୋଟିଏ ପଟେ ମୋଟ ଚାହିଦା ଏବଂ ଅନ୍ୟ ପଟେ ଯୋଗାଣ କିମ୍ବା ଉତ୍ସଗୁଡ଼ିକୁ ଗଣନା କରି ଜଳ ପାଇଁ ଏକ ଜିଲ୍ଲାୱାରୀ ଚାହିଦା ଏବଂ ଯୋଗାଣ ବାଲାନ୍ସ ସିଟ୍ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ରାଜ୍ୟର ଜଳ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସମୟୋଚିତ ଏବଂ ସାମୂହିକ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣଏବଂ ଓଡ଼ିଶା ଜାତୀୟ ସ୍ତରୀୟ ଜଳ ଶାସନ ସଂସ୍କାର ପାଇଁ ଏକ ମଡେଲ ରାଜ୍ୟ ଭାବରେ କାର୍ଯ୍ୟ କରିପାରିବ ଏବଂ ୨୦୩୬ ସୁଦ୍ଧା ଓଡ଼ିଶାକୁ “ଜଳ ଉଦବୃତ୍ତ ରାଜ୍ୟ”ରେ ପରିଣତ ହେବାର ଦୀର୍ଘକାଳୀନ ଦୃଷ୍ଟିକୋଣ ହାସଲ କରିପାରିବ।

        ମୁଖ୍ୟ ଶାସନସଚିବ ଓ ବରିଷ୍ଠ ଅଧିକାରୀଗଣ ପ୍ରଫେସର କିଶୋର ବସା ଓ ଇଞ୍ଜିନିୟର ଅଶୋକ ବସାଙ୍କ ପ୍ରତିପାଦନରେ ଥିବା ଗଭୀର ଗବେଷଣା, ବିଶ୍ଳେଷଣ ଓ ଓଡ଼ିଶା ରାଜ୍ୟର ଉନ୍ନତି ପାଇଁ ସେମାନଙ୍କ ପ୍ରତିବଦ୍ଧତାକୁ ସ୍ୱାଗତ କରିଥିଲେ । ଏହି ପ୍ରସ୍ତାବଗୁଡ଼ିକ ରାଜ୍ୟର ସାଂସ୍କୃତିକ ସୁରକ୍ଷା, ଜନଜାତି ବିକାଶ ଓ ଦୀର୍ଘମିଆଦି ଜଳ ସୁରକ୍ଷା ପାଇଁ ମୂଲ୍ୟବାନ ଅବଦାନ ବୋଲି ସର୍ବସମ୍ମତିପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବ ବିଭାଗମାନଙ୍କୁ ପ୍ରସ୍ତାବଗୁଡ଼ିକୁ ତଥ୍ୟାନୁସାରେ ପରୀକ୍ଷା କରି ଉଚିତ ପଦକ୍ଷେପ ନେବାକୁ ଦିଶାନିର୍ଦ୍ଦେଶ ଦେଇଥିଲେ ।

        ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ପ୍ରଫେସର କିଶୋର ବସା ଓ ଇଞ୍ଜିନିଅର ଅଶୋକ ବସାଙ୍କୁ ଓଡ଼ିଶାର ଉନ୍ନତି ପ୍ରତି ସେମାନଙ୍କ ଅନୁରାଗ ଓ ଦୀର୍ଘମିଆଦି ଗୁରୁତ୍ୱର ସଂପୂର୍ଣ୍ଣ ଗବେଷଣାଭିତ୍ତିକ ପ୍ରସ୍ତାବ ପାଇଁ ଗଭୀର କୃତଜ୍ଞତା ଜଣାଇଥିଲେ। ସେ ଆଶ୍ଵାସନା ଦେଇଥିଲେ ଯେ ସମସ୍ତ ପ୍ରସ୍ତାବକୁ ରାଜ୍ୟ ସରକାର ନିଜ ଯୋଜନା ଅନୁଯାୟୀ ସବିଶେଷ ସମୀକ୍ଷା କରିବେ ଏବଂ ଉଚିତ ପଦକ୍ଷେପ ଗ୍ରହଣ କରିବେ । “ବିକଶିତ ଓଡ଼ିଶା” ଓ “ବିକଶିତ ଭାରତ”ର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେଉପସ୍ଥିତ ସଚିବମାନଙ୍କୁ ପ୍ରଫେସର କିଶୋର ବସା ଓ ଇଞ୍ଜିନିୟର ବସାଙ୍କ ଅମୂଲ୍ୟ ଅଭିଜ୍ଞତାକୁ ଉପଯୋଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ ।

-0-

ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *