ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପଲ୍ଲିଶ୍ରୀ ଅନ୍ତେବାସୀଙ୍କୁ କମ୍ବଳ ବଂଟନ

ଗରଦପୁର, ୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଗରଦପୁର ବ୍ଲକ କୋରୁଆ ସ୍ଥିତ ପଲ୍ଲିଶ୍ରୀ ମହିଳା ସମିତି ଦ୍ୱାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ କମ୍ବଳ ବଂଟନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ଯୁବ ବିଜେଡି ସଭାପତି ରାଜେସ ଦାସଙ୍କ ସଂଯୋଜନାରେ ବିଜେଡି ନେତ୍ରୀ ତଥା ଆଇନଜୀବି ମଧୁମତି ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନ୍ତେବାସୀମାନଙ୍କୁ କମ୍ବଳ, ବିସ୍କୁଟ୍, ଫଳ ଇତ୍ୟାଦି ବଂଟନ କରିଥିଲେ । ଶ୍ରୀମତୀ ଅଗ୍ରୱାଲ ଏହି ଅବସରରେ ଅନୁଷ୍ଠାନ ପରିସରରେ ଚାରାରୋପଣ କରିବା ସହ ଅନ୍ତେବାସୀମାନଙ୍କ ଭଲ ମନ୍ଦ କଥା ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଡିଆବରାଇ ସରପଂଚ ସନ୍ତୋଷ ମାହାଳି, ତଳକୁସୁମା ର ପୂର୍ବତନ ସରପଂଚ ଅଶୋକ ଜେନା, ସାମ୍ବାଦିକ ନବଘନ ନାୟକ, ରଂଜିତ କୁମାର ପଣ୍ଡା, ଶାନ୍ତି ସ୍ୱରୂପ ଭୂୟାଁ, ଶାରଦା ସାମନ୍ତରାୟ, ପ୍ରକାଶ ସାହୁ, ଦିଲ୍ଳିପ କୁମାର ସେଠୀ, ନଳିନୀକାନ୍ତ ରଥ, ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ଆଲୋକ ମାହାଳି, ସରୋଜକାନ୍ତ ନାୟକ, ଶିବପ୍ରସାଦ ପାଣି, କବିତା ଦେବତା, ବନିତା ବାରିକ, ରିତାଞ୍ଜଳି ଲେଙ୍କାଙ୍କ ସମେତ ବହୁ ଶୁଭେଚ୍ଛୁ ଉପସ୍ଥିତ ଥିଲେ । ପଲ୍ଲିଶ୍ରୀ ପରିଚାଳକ ଶ୍ରୀକାନ୍ତ ନାୟକ, କର୍ମଚାରୀ ପ୍ରମୋଦ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *