ଭୁବନ ରେ କଂଗ୍ରେସ ର ବନ୍ଦ ପାଳନ ସଫଳ

ଭୁବନ ୧୭/୦୭/୨୦୨୫ (ଓଡ଼ିଶା ସମାଚାର)- ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଙ୍କ ଆତ୍ମଦାହ ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ଇସ୍ତଫା ଦାବିରେ ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ଓଡ଼ିଶା ବନ୍ଦ ଆହ୍ଵାନ କ୍ରମେ ଭୁବନ ରେ ବନ୍ଦ ପାଳନ କରାଯାଇଥିଲା। ବ୍ୟବସାୟ ପ୍ରତିଷ୍ଠାନ ସ୍ଵତଃ ବନ୍ଦ ଥିବା ବେଳେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିଲା । ଟାଉନ୍ କଂଗ୍ରେସ କମିଟି ସଭାପତି ମନୋଜ କୁମାର ସାହୁ ଙ୍କ ନେତୃତ୍ଵ, ଶ୍ୱେତକେତୁ ମିଶ୍ର, ବିନୋଦ ମହାରଣା, ମୁସ୍ତାଫିଜ୍ ଆଲମ୍ ଙ୍କ ତତ୍ତ୍ଵାବଧାନରେ କର୍ମୀ ମାନେ ପିକେଟିଂ କରି ବ୍ଲକ,ଏନ୍ ଏ ସି ,ତହସିଲ ଅଫିସ ସମେତ ସମସ୍ତ ବିଦ୍ୟାଳୟ,ମହା ବିଦ୍ୟାଳୟ,ସରକାରୀ,ବେସରକାରୀ କାର୍ଯ୍ୟାଳୟ,ବ୍ୟାଙ୍କ ଗୁଡ଼ିକୁ ବନ୍ଦ କରାଇଥିଲେ।

କାଳୀ ବଜାର ସ୍ଥିତ ବାଜି ରାଉତ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି କଂଗ୍ରେସ କର୍ମୀ ମାନେ ସରକାର ବିରୋଧୀ ନାରାବାଜି କରିଥିଲେ । କଂଗ୍ରେସ ନେତା ବିପ୍ରବର ସାହୁ ଆନ୍ଦୋଳନ ସ୍ଥଳରେ ପହଞ୍ଚି ବନ୍ଦ କୁ ଅଭୂତପୂର୍ବ ସମର୍ଥନ ଦେଇ ସଫଳ କରାଇଥିବାରୁ ଭୁବନ ବାସୀ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। ଭୁବନ ଥାନା ତରଫରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *