ଗରଦପୁର,୨୨/୦୧/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପଳସୁଧା ଗ୍ରାମ ପଂଚାୟତର ପଳସୁଧା/ ଲଙ୍କାପଡ଼ା ପାଇକା ନଦୀ ପଠାରେ ମକର ସଂଙ୍କ୍ରାନ୍ତି ୧୫ ତାରିଖ ଦିନ ୬୦ତମ ମକର ମେଳାର ଶୁଭାରମ୍ଭ ହୋଇଅଛି । ଶ୍ରୀ ଶ୍ରୀ ବଜ୍ରକାଳୀ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ବିଶ୍ୱଶାନ୍ତି ମହାଯଜ୍ଞର କଳସାଧିବାସ କରାଯାଇ ମେଳାର ଶୁଭାରମ୍ଭ କରାଯାଇଥିଲା । ବରିଷ୍ଠ ସଭ୍ୟ ଭିକାରୀ ନାୟକ ଏହାର ଉଦଘାଟନ କରିଥିଲେ । ପଳସୁଧା ପଂଚାୟତର ପୂର୍ବତନ ସରପଂଚ ଅନୁଜ କୁମାର ମହାନ୍ତି ,ସୁଧାଂଶୁ ଶେଖର ସିଂହ, ପ୍ରଫୁଲ କୁମାର ସିଂହ ,ରବିନ୍ଦ୍ର ମହାପାତ୍ର ,ଅଧିର କୁମାର ପରିଡ଼ା , ପ୍ରଣବ କୁମାର ଜେନା, ଅଖିଳ କୁମାର କର ,ସୂର୍ଯ୍ୟକାନ୍ତ ଖୁଂଟିଆ ପ୍ରମୁଖ ଯୋଗ ଦେଇଥିଲେ । ଯୁବ ସଭାପତି ବସନ୍ତ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ଅବସରରେ ଚଳିତ ବର୍ଷ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ , ଅପେରା , କ୍ରୀଡ଼ା ପ୍ରତିଭା ଅନ୍ମେଷଣ ସହ ମେଳାର ବିଭିନ୍ନ ପ୍ରକାର ଦୋକାନ ବଜାର ସହ ମୀନା ବଜାର ପଡ଼ିଥିବା ସଭାପତି ସୂଚନା ଦେଇଥିଲେ । ଲୋକମାନେ ମେଳାକୁ ବୁଲି ଆସି ନିଜ ନିଜର ଘରକରଣା ଜିନିଷ କିଣିବା ସହିତ ମେଳାକୁ ଉପଭୋଗ କରିବା ପାଇଁ ସଭାପତି ନିବେଦନ କରିଛନ୍ତି । ବିଶ୍ୱଶାନ୍ତି ମହାଯଜ୍ଞ ର କର୍ତାଭାବେ ଦିପକ ସ୍ୱାଇଁ କାର୍ଯ୍ୟ ତୁଲାଇଥିଲେ । ଗତ ୧୮ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ହୋଇଥିଲା । ଚଳିତ ବର୍ଷ ରାଜଧାନୀ ଅପେରା ଅପେରା ପରିବେଷଣ କରୁଛନ୍ତି । ଯଜ୍ଞର ପୂର୍ଣ୍ଣାହୂତି ଦିନ ଆନନ୍ଦ ବଜାର ଖୋଲାଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ପ୍ରସାଦ ସେବନ କରିବା ସହିତ ମା ବଜ୍ର ମହାକାଳୀଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ । ଆନନ୍ଦ ବଜାର କାର୍ଯ୍ୟକ୍ରମକୁ ସଭ୍ୟ ଜିବତେଶ ପରିଡ଼ା,ଦିପକ ସ୍ୱାଇଁ , ପ୍ରଣବ କୁମାର ଜେନା ଓ ବିକାଶ କୁମାର ସିଂହ ପରିଚାଳନା କରିଥିଲେ । ବିଭିନ୍ନ ବିଭାଗରେ କୃତୀ କ୍ରୀଡ଼ା ପ୍ରତିଯୋଗି ମାନଙ୍କୁ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ତଥା ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ସଂଜୟ ଅଗ୍ରୱାଲା , ଗରଦପୁର ବ୍ଲକ୍ ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ ଓ ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ ବରିଷ୍ଠ ସଦସ୍ୟ ପ୍ରଫୁଲ କୁମାର ସିଂହ, ଜିବତେଶ ପରିଡ଼ା, ପ୍ରଣବ କୁମାର ଜେନା, ପୂର୍ବତନ ସରପଂଚ ଅନୁଜ କୁମାର ମହାନ୍ତି , ଦିପକ ସ୍ୱାଇଁ, ବିକାଶ ସିଂହ, ରବିନ୍ଦ୍ର ମହାପାତ୍ର , ପ୍ରଭାତ ମାହାଳି ପ୍ରମୁଖ ପରିଚାଳନା କରିଥିଲେ ।
ବିଲେଇଶୁଣୀ ମକର ମେଳା ୨୦୨୪
