ଓଡିଶା ଷ୍ଟେଟ ବ୍ୟାଡମିନ୍ଟନ ମାଷ୍ଟର୍ ରାଙ୍କିଙ୍ଗ ଟୁର୍ନାମେଣ୍ଟ – ଜୁନାଗଡର ସମୀର ସାହୁ ଚାମ୍ପିଅନ୍

ଜୁନାଗଡ, ୨୨/୦୧/୨୦୨୪ (ଓଡ଼ିଶା ସମାଚାର/ରାକେଶ ବେମାଲ)- ଓଡିଶା ଷ୍ଟେଟ ବ୍ୟାଡମିନ୍ଟନ ଆସୋସିଏସନ ଦ୍ଵାରା ଆୟୋଜିତ ୟ୍ୟୁନେକ୍ସ ସନ୍ ରାଇଜ ମାଷ୍ଟର୍ ରାଙ୍କିଙ୍ଗ ବ୍ୟାଡମିନ୍ଟନ ଟୁର୍ନାମେଣ୍ଟ କଟକ ଠାରେ ଅୟୋଜିତ ହୋଇଥିଲା । ଉକ୍ତ ଟୁର୍ନାମେଣ୍ଟ ରେ ପଞ୍ଚାବନ ବର୍ଷ ରୁ ଉର୍ଦ୍ଧ ବିଭାଗରେ ଜୁନାଗଡ ବ୍ୟାଡମିନ୍ଟନ ଆସୋସିଏସନ ର ଶ୍ରୀ ସମୀର କୁମାର ସାହୁ ବବଲ୍ସ ରେ ଚାମ୍ପିଅନ୍ ହୋଇ କଳାହାଣ୍ଡି ତଥା ଜୁନାଗଡ ପାଇଁ ଗୌରବ ଆଣିଦେଇଛନ୍ତି । କ୍ରମାଗତ ଭାବେ ସେ ପଞ୍ଚମ ଥର ବିଜେତା ହେଇଛନ୍ତି । ତେଣୁ ତାଙ୍କୁ ଟୁର୍ନାମେଣ୍ଟ ବ୍ୟାଡମିନ୍ଟନ ଆସୋସିଏସନ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *