୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ କ୍ରିକେଟ  ମ୍ୟାଚର ପଞ୍ଚମ  ଦିବସ -ବାଳିକା ବିଭାଗରେ କଟକ ଓ ଭୁବନେଶ୍ବର ଫାଇନାଲକୁ ଉନ୍ନୀତ

ଜଗତସିଂହପୁର ୧୦/୧୨/୨୦୨୫ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାର ସାତୋଟି ଖେଳପଡିଆ ରେ ୩୧ଟି କ୍ରୀଡ଼ାଜିଲ୍ଲା ମଧ୍ୟରୁ ଆଜି ପଞ୍ଚମ ଦିବସରେ ୧୭ବର୍ଷରୁ କମ ବାଳକ ବିଭାଗରେ ୧୦ଟି ମ୍ୟାଚ ଓ ବାଳିକା ବିଭାଗରେ ୩ଟି ମ୍ୟାଚ  ଅନୁଷ୍ଠିତ ହୋଇଯାଇଛି । ବାଳକ ବିଭାଗରେ ନବ କୃଷ୍ଣ ଚୌଧୁରୀ ଷ୍ଟାଡିୟମଠାରେ ବଲାଙ୍ଗୀର ବନାମ ଯାଜପୁର ମଧ୍ୟ ରେ ଅନୁଷ୍ଠିତ ଲିଗ୍ ମ୍ୟାଚ୍ ରେ ଯାଜପୁର ୮ ଵିକେଟ୍  ରେ ବିଜୟ ଲାଭ କରି ଖୋର୍ଦ୍ଧା ସହ ଏକ କ୍ଵାଟରଫାଇନାଲ ମ୍ୟାଚ୍ ଖେଳି ଏଥିରେ  ୬ ୱିକେଟ୍ ରେ ବିଜୟ ଲାଭ କରି ସେମିଫାଇନାଲକୁ ଉନ୍ନୀତ  ହୋଇଅଛି  ।

ନନ୍ଦବ୍ରତ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଗଜପତି ବନାମ ସମ୍ବଲପୁର  ଲିଗ୍ ମ୍ୟାଚ୍ ରେ ଗଜପତି ୧୬ ରନ୍ ରେ ବିଜୟ ଲାଭ କରି ପୁରୀ ସହ ଏକ କ୍ଵାଟରଫାଇନାଲ ମ୍ୟାଚ୍ ଖେଳି ଏଥିରେ ୫ ୱିକେଟ୍ ରେ ବିଜୟ ଲାଭ କରି ସେମିଫାଇନାଲକୁ ଉନ୍ନୀତ ହୋଇଅଛି ।ସତୀ ଖେଳପଡିଆ ଠାରେ ନୂଆପଡ଼ା ବନାମ ପୁରୀ ମଧ୍ୟ ରେ ଏକ ଉତ୍କଣ୍ଠା ପୂର୍ଣ୍ଣ ଲିଗ୍ ମ୍ୟାଚ୍ ରେ ପୁରୀ ୧ରନ ରେ ବିଜୟ ଲାଭ କରିଅଛି। ନବରଙ୍ଗପୁର ଓ କେଉଁଝର ମଧ୍ୟରେ ଅନୁଷ୍ଠିତ କ୍ଵାଟର୍ ଫାଇନାଲ ମ୍ୟାଚ ରେ ନବରଙ୍ଗପୁର  ୬୦ରନ୍ ରେ ବିଜୟ ଲାଭ କରି ସେମିଫାଇନାଲକୁ ଉନ୍ନୀତ ହୋଇଅଛି। ତର୍ତ୍ତଙ୍ଗ ମିନିଷ୍ଟାଡିୟମ ଠାରେ ଭଦ୍ରକ ବନାମ ଅନୁଗୁଳ ମ୍ୟାଚ୍ ରେ ଭଦ୍ରକ ୮ ୱିକେଟ୍ ରେ ବିଜୟ ଲାଭ କରିଥିଲା।ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ରେ ଗଞ୍ଜାମ ବନାମ ଢେଙ୍କାନାଳ ମ୍ୟାଚ୍ ରେ ଢେଙ୍କାନାଳ ୬ ୱିକେଟ୍ ରେ ବିଜୟ ଲାଭ କରିଥିଲା ।

ମାଲକାନଗିରି ବନାମ ଭଦ୍ରକ ମ୍ୟାଚ୍ ରେ ମାଲକାନାଗିରି ୫ ୱିକେଟ୍ ରେ ବିଜୟ ଲାଭ କରି ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଅଛି। ସେହିପରି ୧୭ବର୍ଷରୁ କମ ବାଳିକା ବିଭାଗରେ ପୁନଙ୍ଗ ସ୍ଥିତ ପୋଲିସ ବାର।କ ପଡିଆରେ କେଉଁଝର ବନାମ ନୁଆପଡା ମ୍ୟାଚ୍ ରେ  କେଉଁଝର ୧୧୧ ରନ୍ ରେ ବିଜୟ ଲାଭକରିଥିଲା।କଟକ ବନାମ କେଉଁଝର ସେମିଫାଇନାଲ ମ୍ୟାଚ୍ ରେ କଟକ ୭୦ ରନ୍ ରେ ବିଜୟ ଲାଭ କରି ଫାଇନାଲ କୁ ଉନ୍ନୀତ ହୋଇଅଛି ।ଜୟଦୁର୍ଗା ୟୁଥ ଆଥଲେଟିକ କ୍ଲବ ଖେଳ ପଡିଆରେ ଭୁବନେଶ୍ୱର ବନାମ ବାଲେଶ୍ଵର ସେମିଫାଇନାଲ ମ୍ୟାଚ୍ ରେ ଭୁବନେଶ୍ୱର ୧୩ ରନ୍ ରେ ବିଜୟ ଲାଭ କରି ଆସନ୍ତା କାଲି କଟକ ସହ ଫାଇନାଲ ମ୍ୟାଚ ଖେଳିବ ।

ଆସନ୍ତା କାଲି ବାଳକ ବିଭାଗର ଦୁଇଟି ସେମିଫାଇନାଲ ମ୍ୟାଚ  ଯାଜପୁର ବନାମ ମାଲକାନଗିରି ଓ ଗଜପତି ବନାମ ନବରଙ୍ଗପୁର ମଧ୍ୟରେ ଅନୁଷ୍ଠିତ ହେବ । ଏଥିରେ  ବିଜୟ ଲାଭ କରିଥିବା ଦୁଇ ଦଳ ମଧ୍ୟରେ ଫାଇନାଲ  ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିଲାବେଳେ ବାଳିକା ବିଭାଗର କଟକ ଓ ଭୁବନେଶ୍ବର ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।ଏହାପରେ ଏହି ରାଜ୍ୟ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ର ଉଦଯାପନ ଉତ୍ସବ ଅନୁଷ୍ଠିତ ହେବ। ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେରଙ୍କ ମାର୍ଗଦର୍ଶନରେ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜ୍ୟଶ୍ରୀ ସାହୁ, ଡ. ସୁଶାନ୍ତ  ମହାନ୍ତି, ସହକାରୀ ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ପରିଡା ଓ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଜୟନ୍ତ କୁମାର ରlୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧାନରେ ଅନୁଷ୍ଠିତ ହୋଇଥିଲା ।

ପ୍ରତ୍ୟେକ ମ୍ୟାଚ୍ ସ୍ଥଳରେ ଜଗତସିଂହପୁର ଜିଲ୍ଲା ଜୁନିଅର ରେଡକ୍ରସ ସଂଗଠନ ତରଫରୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ବେଳେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଚିତ୍ତାକର୍ଷକ  ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପସ୍ଥିତ ସମସ୍ତ ଖେଳାଳି ଉପଭୋଗ କରିଥିଲେ । ଏହି ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତାରେ  ସମସ୍ତ ବ୍ଲକର  ବ୍ଲକ ଶିକ୍ଷାଧିକାରୀ,ଏହି କ୍ରିକେଟ ପ୍ରତିଯୋଗିତା ପାଇଁ ଗଠିତ ଜିଲ୍ଲା କମିଟିର ସମସ୍ତ ସଦସ୍ୟ/ସଦସ୍ୟା ଓ ରାଜ୍ୟ କର୍ମକର୍ତ୍ତା ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ଓ ସହଯୋଗ  ପ୍ରଦାନ କରିଥିଲେ  ।

Leave a Reply

Your email address will not be published. Required fields are marked *