ଜଗତସିଂହପୁର ୧୦/୧୨/୨୦୨୫ (ଓଡ଼ିଶା ସମାଚାର)- ଆପଣଙ୍କ ପୁଞ୍ଜି, ଆପଣଙ୍କ ଅଧିକାର ଶୀଷକ ସଚେତନତା ଶିବିର ଆସନ୍ତା ୧୨ ଡିସେମ୍ବର ୨୦୨୫ ରେ ୟୁକୋ ବ୍ୟାଙ୍କ ସ୍ୱ-ନିଯୁକ୍ତି ତାଲିମ ପ୍ରତିଷ୍ଠାନ ଜଗତସିଂହପୁର ରେ ଅନୁଷ୍ଠିତ ହେବ ।
ଏହି ଶିବିରରେ ଦାବିହୀନ ଖାତାର ଅର୍ଥରାଶି ପ୍ରଦାନ ସହିତ ବ୍ୟାଙ୍କ ଗୁଡ଼ିକରେ ଦାବିହୀନ ଖାତା ସମ୍ବନ୍ଧୀୟ ସବିଶେଷ ସୂଚନା ଜନସାଧାରଣଙ୍କୁ ପ୍ରଦାନ କରାଯିବ। ଜନସାଧାରଣ ନିଜ ପୁଞ୍ଜି ଉପରେ ପୂର୍ଣ ଅଧିକାର ସାବ୍ୟସ୍ତକୁ ସଫଳ କରିବା ଉଦ୍ଦେଶ୍ୟରେ ଏହି ସଚେତନତା ଶିବିର କେନ୍ଦ୍ର ଅର୍ଥ ସେବା ବିଭାଗଙ୍କ ନିର୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି ୟୁକୋ ବ୍ୟାଙ୍କ ଜିଲା ଅଗ୍ରଣୀ ଶାଖାର ମୁଖ୍ୟ ପରିଚାଳକ ଅନିଲି କୁମାର ପ୍ରଧାନ ପ୍ରକାଶ କରିଛନ୍ତି।
