ଜନ୍ମମାଟିରେ ସେବା,ତ୍ୟାଗ ଓ ସମର୍ପଣର ମଣିଷଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି 

ସାଲେପୁର ୧୦/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) ଆଦର୍ଶ ଶିକ୍ଷକ, ବିଶିଷ୍ଟ କ୍ରୀଡା ସଂଗଠକ, ସାହିତ୍ୟ-ସଂସ୍କୃତି ପ୍ରେମୀ ପୁରୁଷ,ସ୍ବର୍ଗତ ନଗେନ୍ଦ୍ର କୁମାର ବିଶ୍ୱାଳଙ୍କ ଦ୍ଵାଦଶାହ ତିଥିରେ ସାଲେପୁର ଥାନା ଭୀମଦାସପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓରବାରି ଠାରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷାବିତ ଡକ୍ଟର ଭାବଗ୍ରାହୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ବର୍ଗତ ବିଶ୍ୱାଳଙ୍କ ବହୁମୁଖୀ ପ୍ରତିଭା ଓ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ  ।

ନଗେନ୍ଦ୍ରଙ୍କ ବାପା ଓ ଜେଜେ ମଧ୍ୟ ଥିଲେ ସୁନାମଧନ୍ୟ ଶିକ୍ଷକ । ସେମାନେ ଥିଲେ ସାହିତ୍ୟ ସଂସ୍କୃତି ସମ୍ପନ୍ନ ମଣିଷ । ଅଭିଭକ୍ତ କଟକ ଜିଲ୍ଲାରେ ଏହି ବିଶ୍ୱାଳ ପରିବାର ପିଢୀ ପିଢୀ ଧରି ଶିକ୍ଷାଦାନ କରିବା ସହିତ ବହୁ ସାମାଜିକ କାର୍ଯ୍ୟର ନେତୃତ୍ୱ ନେଇ, ବେଶ ସୁଖ୍ୟାତି ଅର୍ଜ୍ଜନ କରିପାରିଛନ୍ତି  । ଆଦର୍ଶ ଶିକ୍ଷକ ନଗେନ୍ଦ୍ର ବିଶ୍ୱାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ସାହିତ୍ୟିକ ତଥା ପ୍ରାକ୍ତନ ପ୍ରଧାନଶିକ୍ଷକ ବିପିନ ବିହାରୀ କର,ପୂର୍ବତନ ପ୍ରଧାନଶିକ୍ଷକ ନିଗମାନନ୍ଦ କର,ପୂର୍ବତନ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ଷଢଙ୍ଗୀ, ପ୍ରାକ୍ତନ ବିଇଓ ସୁକାନ୍ତ କୁମାର ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ଦାଶ,ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ପଦ ମହାନ୍ତି, ପୂର୍ବତନ ପ୍ରଧାନଶିକ୍ଷକ ଗଜେନ୍ଦ୍ର କୁମାର ସାହୁ, ପୂର୍ବତନ ପ୍ରଧାନଶିକ୍ଷକ ଦେବ ପ୍ରସାଦ କର, ପୂର୍ବତନ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ଭୂୟାଁ, ଶିକ୍ଷାବିତ ପ୍ରମୋଦ କୁମାର ପରିଜା, ଇଞ୍ଜିନିଅର ଅଶ୍ୱନୀ କୁମାର ବିଶ୍ୱାଳ,କ୍ରୀଡା ଶିକ୍ଷକ ଭରତ ଚନ୍ଦ୍ର ସାହୁ, ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗଦେଇଥିଲେ । ଜୀବନ ବ୍ୟାପୀ ସେବା,ତ୍ୟାଗ ଓ ମାନବୀୟ ମୂଲ୍ୟବୋଧକକୁ ଅକ୍ଷୁର୍ଣ୍ଣ ରଖିପାରିଥିବାରୁ, ଏସବୁ ଗୁଣ ତା’ଙ୍କୁ ଚିର ସ୍ମରଣୀୟ କରି ପାରିଛି ବୋଲି ବକ୍ତାମାନେ କହିଥିଲେ ।

  ଆଜିର ଯୁବ ସମାଜ ସ୍ବର୍ଗତ ବିଶ୍ୱାଳଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବିଶିଷ୍ଟ ବ୍ୟକ୍ତିମାନେ ଆହ୍ୱାନ ଦେଇଥିଲେ । ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, ସାମ୍ବାଦିକ,ଶିକ୍ଷାବିତ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ବର୍ଗର ସାଧାରଣ ଜନତା ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *