ଯାଜପୁର ୧୦/୧୨/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ବିରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ମାନବିକ ଅଧିକାର ଦିବସ ପାଳନ ସହିତ ଆଇନ୍ ସଚେତନତା ସଭା ସଚୀବ ଲିପା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟଅତିଥି ଓ ଅତିଥି ଆଲୋଚକ ଭାବେ ଯଥାକ୍ରମେ ବରିଷ୍ଠ ଦେଓ୍ଵାନୀ ଵିଚାରପତି ସତ୍ୟପ୍ରକାଶ ରାୟଚୌଧୁରୀ ,ଜେଏମ୍ଏଫ୍ ସି ଵିଣାପାଣୀ ତାଣ୍ଡି,ସହକାରୀ ଜିଲ୍ଲାପାଳ ବାସୁଦେବ ନାୟକ ,ପ୍ରାକ୍ତନ ପ୍ରାଧିକରଣ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି ପ୍ରମୁଖ ଯୋଗଦେଇ ଏହି ଦିବସର ମହତ୍ତ୍ଵ ସହିତ ଚଳିତ ୨୦୨୫ ମସିହାର ଅନୁଚିନ୍ତା ପ୍ରତିଦିନ ମାନଵିକ ଅଧିକାର ଅପରିହାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।ମୁଖ୍ୟଅତିଥି ଶ୍ରୀ ରାୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ୨୦୨୦ ମସିହା କୋର୍ଟ ନିୟମ ଓ ଏଡିଆର୍ ନିୟମ ୨୦୦୭ ସମ୍ବନ୍ଧ ରେ ଆଲୋଚନା କରିବା ସହିତ ସର୍ଵୋଚ୍ଚ ନ୍ୟାୟାଳୟ ଙ୍କ ଦ୍ଵାରା ଭିଦିକ୍ ଅନୁବାଦ ସଫ୍ଟ୍ଓ୍ଵେର୍ ମାଧ୍ୟମରେ ଉଲ୍ଲେଖନୀୟ ରାୟ ଓ ଅନ୍ୟାନ୍ୟ ଇଂରାଜୀ କାଗଜପତ୍ର କିପରି ବିଭିନ୍ନ ଆଞ୍ଚଳିକ ଭାଷାରେ ଜନ୍ମିତ ପାଇଁ କରାଯାଉଛି ତାହା ଅବଗତ କରାଇଥିଲେ ।
ଅନ୍ୟମାନେ ଏ ଆଇ,କୃତ୍ରିମ ବୁଦ୍ଧିମତା ର ଉପଯୋଗ ଓ କାର୍ଯ୍ୟ ପରିସର ବିଷୟରେ ବର୍ଣ୍ଣନା କରିଥିଲେ । ମାଧ୍ୟମିକ ଉଚ୍ଚବିଦ୍ୟାଳୟ ର ଅଧ୍ୟକ୍ଷ ଗୌର ସୁନ୍ଦର ଦାସ ସୂଚନା ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ଅଧ୍ୟାପକ ଡ଼ ସଞ୍ଜୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ପରିପ୍ରେକ୍ଷୀ ରେ ମାଦକ ଦ୍ରବ୍ୟ ସେବନ ଓ ତାର କୁ ପରିଣତି ଶିର୍ଷକ ଵକ୍ତୃତା ପ୍ରତିଯୋଗୀତା ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲ।ଏଥିରେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଲିପ୍ସାରାଣୀ ଦାସ,ନିଶାରାଣୀ ବିଶ୍ବାଳ ଓ ମନୋସ୍ମିତା ସାହୁଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ କର୍ମଚାରୀ ଓ ବିଦ୍ୟାଳୟ ର ଅଧ୍ୟାପିକା ମାନେ ସହଯୋଗ କରିଥିଲେ।
