ନିରାକାରପୁର, ୧୮/୦୩/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ହାଇସ୍କୁଲ୍ ପଡିଆରେ ତିନି ଦିନ ଧରି ନିରାକାରପୁର କ୍ରିକେଟ ଆସୋସିଏସନ୍ ଦ୍ଵାରା ଚାଲିଥିବା ନିରାକାରପୁର ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟରେ ନିରାକାରପୁର ଇଣ୍ଡିଆନସ ଚାମ୍ପିଅନ ହୋଇଛି। ସମୁଦାୟ ୬ ଟି ଦଳ ଖେଳରେ ଭାଗ ନେଇଥିବା ବେଳେ ଆଜିର ମ୍ୟାଚ୍ ଚନ୍ଦ୍ରକାନ୍ତ ବେହେରାଙ୍କ ନିରାକାରପୁର ଇଣ୍ଡିଆନସ ଓ ସୁଶାନ୍ତ କୁମାର ସେନାପତିଙ୍କ ନିରାକାରପୁର ଲିଟିଲ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ନିରାକାରପୁର ଇଣ୍ଡିଆନସ ବ୍ୟାଟି କରି ୮ ଓଭରରେ ୭ ଉଇକେଟ ହରାଇ ୧୧୬ ରନ କରିଥିବାବେଳେ ନିରାକାରପୁର ଲିଟିଲ୍ ୮ ଓଭରରେ ୮ ଉଇକେଟ ହରାଇ ମାତ୍ର ୯୨ ରନ କରିବାରେ ସକ୍ଷମ ହୋଇଥିଲେ। ଫଳରେ ନିରାକାରପୁର ଇଣ୍ଡିଆନସ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା। ଆଜିର ଖେଳକୁ ପ୍ରତ୍ୟୁଷ କୁମାର ସାମନ୍ତରାୟ ଓ ରଘୁରାଜ ପ୍ରସାଦ ସାହୁ ପରିଚାଳନା କରିଥିଲେ। ଅତିଥି ଭାବେ ବରିଷ୍ଠ ନେତା ବିପିନ କୁମାର ଜୟସିଂହ, ସମାଜସେବୀ ଶୁଭମ ଦାଶ, ୧୨ ନଂ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟା ସିଂହ ଓ ଛାତ୍ର ନେତା ବିଶ୍ଵଦୀପ ପ୍ରଧାନ ବଜ୍ରନାଥ , ୨୩ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଅନାଦି ସାହୁ ,ଜିଲ୍ଲା ସାଧାରଣ ସମ୍ପାଦକ ଭାରତୀୟ ଜନତା ଯୁବ ମୋର୍ଚ୍ଚା।ସମରେଶ ପାଇକରାୟ ଓ ଯୁବ ସମାଜ ସେବୀ ବିଶ୍ଵଜିତ ଭୁଜବଳ ପ୍ରମୁଖ ଉପସ୍ଥିତ ରହି ବିଜେତା ଟ୍ରଫି ଓ ନଗଦ ୧୮ ହଜାର ଟଙ୍କା, ରାନସ ଅପ ଦଳକୁ ଟ୍ରଫି ସହିତ ନଗଦ ୧୨ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ।