କେନ୍ଦ୍ରାପଡ଼ା,୨୧/୧୦/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଗରାପୁରସ୍ଥିତ ହୋଟେଲ ସ୍ୱୟଂସିଦ୍ଧାରେ ଅନୁଷ୍ଠିତ ଡାକ୍ତର ବୈଷ୍ଣବ ପରିଡା ଜିଲା ସ୍ତରୀୟ ଚେସ ପ୍ରତିଯୋଗିତାରେ ଜେନିଥ ଇଂଟରନ୍ୟାସନାଲ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର ନୈତିକ ସାମନ୍ତରାୟ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଜିଲାପାଳ ରଘୁରାମ ଆର. ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ନୈତିକଙ୍କୁ ଟ୍ରଫି, ପ୍ରମାଣପତ୍ର ସହିତ ନଗଦ ୬ଶହ ଟଙ୍କା ପ୍ରଦାନ କରି ପୁରସ୍କୃତ କରିଥିଲେ । ନୈତିକ ହେଉଛନ୍ତି କେନ୍ଦ୍ରାପଡା ବ୍ଲକର ସହକାରୀ ଯନ୍ତ୍ରୀ ଇଂ ଚିନ୍ମୟୀ ସାହୁଙ୍କ ସୁପୁତ୍ର ।
ଜିଲା ସ୍ତରୀୟ ଚେସ ପ୍ରତିଯୋଗିତାରେ ନୈତିକ ପ୍ରଥମ
