ଓଡ଼ିଶା ଏମ୍‌ଡିଏ ସମୀକ୍ଷା ତଥା ରାଜ୍ୟସ୍ତରୀୟ ଟ୍ରେନିଂ ଅଫ ଟ୍ରେନର୍ସ (ଟିଓଟି) ଜରିଆରେ ଲିମ୍ଫାଟିକ ଫାଇଲେରିଆ ବିରୁଦ୍ଧରେ ଲଢେଇକୁ ମଜଭୁତ କଲା

–        ଏମ୍‌ଡିଏ ଉପରେ ସର୍ବୋତ୍ତମ କାର୍ଯ୍ୟାଭ୍ୟାସର ଶୁଭାରମ୍ଭ

–        ସଂକ୍ରମଣ ଆକଳନ ସର୍ବେକ୍ଷଣ ଓ ଫାଇଲ ପ୍ରସ୍ତୁତି ଉପରେ ଟିଓଟି ଅନୁଷ୍ଠିତ

ଭୁବନେଶ୍ୱର,୧୦/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଲିମ୍ଫାଟିକ ଫାଇଲେରିଆ ନିରାକରଣ ପ୍ରଗତିକୁ ତ୍ୱରାନ୍ୱିତ କରିବା ନିମନ୍ତେ ଟ୍ରେନିଂ ଅଫ ଟେନର୍ସ (ଟିଓଟି) ବା ତାଲିମ ପ୍ରଦାନକାରୀଙ୍କର ଦୁଇଦିନିଆ ପୂର୍ଣ୍ଣାଙ୍ଗ କର୍ମଶାଳା ଆୟୋଜିତ ହୋଇଯାଇଛି, ଯାହା ଏହି ଅକ୍ଷମତା ସୃଷ୍ଟିକାରୀ ରୋଗର ନିରାକରଣ କରିବା ପାଇଁ ଜନସ୍ୱାସ୍ଥ୍ୟ ପ୍ରତି ରାଜ୍ୟର ଉତ୍ସର୍ଗୀକୃତ କାର୍ଯ୍ୟ ଏବଂ ଜାତୀୟ ଲକ୍ଷ୍ୟକୁ ପୁନଃ ଦୃଢୀଭୂତ କରିଛି । ଏହି କର୍ମଶାଳାକୁ ଡା. ବୃନ୍ଦା ଡି, ମିଶନ ଡାଇରେକ୍ଟର, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ଉଦ୍‌ଘାଟନ କରିଥିଲେ । ତାଙ୍କର ଉଦ୍‌ବୋଧନରେ ଡା. ବୃନ୍ଦା ଡି ସାମର୍ଥ୍ୟ ନିର୍ମାଣ, ଜ୍ଞାନର ସହଭାଗୀତା ଏବଂ ଏହି ଯୋଜନାର କାର୍ଯ୍ୟକଳାପଗୁଡିକର ସଫଳ ରୂପାୟନ ଉପରେ ଜୋର୍‌ ଦେଇଥିଲେ । ଏହି ଅବସରରେ ସେ ସମୂହ ଔଷଧ ସେବନ (ଏମ୍‌ଡିଏ) ଉପରେ ସର୍ବୋତ୍ତମ କାର୍ଯ୍ୟାଭ୍ୟାସର ଶୁଭାରମ୍ଭ କରିଥିଲେ ।

ଏହି ପ୍ରକ୍ରିୟା ଏବଂ ସଂକ୍ରମଣ ଆକଳନ ସର୍ବେକ୍ଷଣ (ଟିଏଏସ୍‌) ତଥା ଫାଇଲ ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏହି ପ୍ରୟାସଗୁଡିକ ମଜଭୁତ ନିରୀକ୍ଷଣ, ଚିକିତ୍ସା ବିଧି, ରୋଗ ପରିଚାଳନା ଏବଂ ଗୋଷ୍ଠୀ ନିୟୋଜନତା ଜରିଆରେ ଫାଇଲେରିଆ ନିରାକରଣ ତ୍ୱରାନ୍ୱିତ କରିବାକୁ ଏକ  ରଣକୌଶଳାତ୍ମକ ନକ୍ସା ଯୋଗାଇଦେବ ବୋଲି ଉଲ୍ଲେଖ କରାଯାଇଥିଲା । ସେ ସୂଚନା ଦେଇ କହିଥିଲେ ଯେ, ସମସ୍ତ ମାନବ ସମ୍ବଳ, ଅଣୁସ୍ତରୀୟ ଯୋଜନା କାର୍ଯ୍ୟକଳାପ ଏବଂ ଫାଇଲେରିଆ ନିରାକରଣକାରୀ ଔଷଧଗୁଡିକ ଯେଭଳି ମହଜୁଦ ରହିବ ତାହା ସୁନିଶ୍ଚିତ କରିବାକୁ ଏମ୍‌ଡିଏ ପର୍ଯ୍ୟାୟଗୁଡିକର ପ୍ରସ୍ତୁତି ସମ୍ପର୍କରେ ଅତ୍ୟନ୍ତ ନିଖୁଣ ଭାବରେ ସମୀକ୍ଷା କରାଯାଉଛି । ସଫଳ ସମୂହ ଔଷଧ ସେବନ ପର୍ଯ୍ୟାୟ ପରିଚାଳନା କରିବା ଏବଂ ଶତ ପ୍ରତିଶତ କଭରେଜ ହାସଲ କରିବାକୁ ଏହିଭଳି ଟିକିନିଖି ଯୋଜନା ପ୍ରସ୍ତୁତି ନିତାନ୍ତ ଜରୁରୀ ।

ତାଲିମ କର୍ମଶାଳା ଅବସରରେ ଡା.ନୀଳକଣ୍ଠ ମିଶ୍ର, ଡାଇରେକ୍ଟର, ପବ୍ଲିକ ହେଲ୍‌ଥ, ଓଡ଼ିଶା ଜିଲ୍ଲାସ୍ତରରେ ଏବଂ ଉପଜିଲ୍ଲା ସ୍ତରରେ ଉଚ୍ଚ ମାନର ତାଲିମ ସୁନିଶ୍ଚିତ କରିବାକୁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପରାମର୍ଶ ଦେଇଥିଲେ । ଏ କ୍ଷେତ୍ରରେ ଓଡ଼ିଶାର ନିରନ୍ତର ଉନ୍ନତି ନିମନ୍ତେ ସେ ପ୍ରଶଂସା କରିବା ସହିତ ପ୍ରତିବର୍ଷ ରାଜ୍ୟ ଏକ ନୂଆ ମାନକ ସ୍ଥାପନ କରୁଛି ଏବଂ ଫାଇଲେରିଆ-ମୁକ୍ତ ଓଡ଼ିଶା ଗଠନ ସାମୂହିକ ଲକ୍ଷ୍ୟ ହାସଲ ଦିଗରେ ନିଜର ପ୍ରଚେଷ୍ଟାକୁ ପୁନଃମଜଭୁତ କରୁଛି ବୋଲି ଉଲ୍ଲେଖ କରିଥିଲେ । ଡା.ମିଶ୍ର ଏବଂ ଉପସ୍ଥିତ ଅନ୍ୟ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଏହି ଅବସରରେ ଏକ ସଂଶୋଧିତ ଜାତୀୟ ମାର୍ଗଦର୍ଶିକା ଉନ୍ମୋଚିତ ହୋଇଥିଲା ।

ଡା. ସୁଚିତ୍ରା ସାସମଲ, ସିନିୟର ରିଜିଓନାଲ ଡାଇରେକ୍ଟର, ରିଜିଓନାଲ ହେଲ୍‌ଥ ଆଣ୍ଡ ଫ୍ୟାମିଲି ୱେଲଫେୟାର, ଓଡ଼ିଶା ଉଲ୍ଲେଖ କରିଥିଲେ ଯେ, ଭାରତ ସରକାରଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଫାଇଲେରିଆ ନିରାକରଣ ନିମନ୍ତେ ଓଡ଼ିଶାକୁ ସମସ୍ତ ପ୍ରକାର ସମର୍ଥନ ଯୋଗାଇଦେବାକୁ ପ୍ରସ୍ତୁତ ଅଛି ।

ତାଙ୍କର ଉଦ୍‌ବୋଧନ ଅବସରରେ ଡା.ପ୍ରଭାକର ସାହୁ, ଏଡି ଭିବିଡି ତଥା ଏସ୍‌ପିଓ ଓଡ଼ିଶା ରାଜ୍ୟର ଉଲ୍ଲେଖନୀୟ ପ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ । ୨୦୨୩ରେ ଓଡ଼ିଶା ୨୧ଟି ଜିଲ୍ଲାରେ ୩୪୯ଟି ଇମ୍ପ୍ଲିମେମେଣ୍ଟସନ ୟୁନିଟ (ଆଇୟୁଏସ୍‌)ରେ ଏମଡିଏ ଆୟୋଜନ କରିଥିଲା । ୨୦୨୫ ବେଳକୁ ଏହି ସଂଖ୍ୟା ୧୮ଟି ଜିଲ୍ଲାରେ ୧୬୧ ଆଇୟୁଏସ୍‌କୁ ହ୍ରାସ ପାଇଛି, ଯେଉଁଥିରୁ ଏହି ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଘଟିଥିବା ପ୍ରଦର୍ଶିତ ହେଉଛି ।

୧୮ଟି ଆପଦପ୍ରବଣ ଜିଲ୍ଲାର ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଟିଓଟିରେ ଅଂଶଗ୍ରହଣ କରିବା ସହିତ ନୂଆକରି ଉନ୍ମୋଚିତ ଜାତୀୟ  ମାର୍ଗଦର୍ଶିକା ଉପରେ ବିସ୍ତୃତ ତାଲିମ ଗ୍ରହଣ କରିଥିଲେ । ଏଥିରେ ଥିବା ମୁଖ୍ୟ ବିଷୟଗୁଡିକ ମଧ୍ୟରେ:

–        ସମୂହ ଔଷଧ ସେବନ (ଏମ୍‌ଡିଏ) ନିମନ୍ତେ ତାଜା କାର୍ଯ୍ୟବିଧି

–        ରୋଗ ପରିଚାଳନା ଏବଂ ଅକ୍ଷମତା ନିରାକରଣ (ଏମଏମଡିପି) ନିମନ୍ତେ ଉନ୍ନତ ରଣକୋ÷ଶଳ

–        ସତର୍କ ଦୃଷ୍ଟି ନିରୀକ୍ଷଣ ବ୍ୟବସ୍ଥା ଏବଂ ତଥ୍ୟ ରିପୋର୍ଟିଂ ବ୍ୟବସ୍ଥାକୁ ସୁଦୃଢ କରିବା

–        ଗୋଷ୍ଠୀ ସଚେତନତା ଏବଂ ଆଚରଣଗତ ପରିବର୍ତ୍ତନ ସମ୍ପର୍କିତ ଯୋଗାଯୋଗ

–        ପରିବର୍ଦ୍ଧିତ ଆନ୍ତଃବିଭାଗୀୟ ସମନ୍ୱୟ ଓ ନିରୀକ୍ଷଣ

ଏହି କର୍ମଶାଳା ଅଂଶଗ୍ରହଣକାରୀଙ୍କୁ ସେମାନେ ପାଉଥିବା ତାଲିମ ବ୍ଲକ ଓ ଉପ-ବ୍ଲକସ୍ତରକୁ ନେଇଯିବା ତଥା ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମକୁ ଶେଷ ମାଇଲ ପର୍ଯ୍ୟନ୍ତ ସଫଳତାର ସହିତ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପରିଚାଳନାଗତ ଦକ୍ଷତା ଏବଂ ବୈଷୟିକ ବିଦ୍ୱତା ପ୍ରଦାନ କରିଥିଲା ।

ସଂଶୋଧିତ ଜାତୀୟ ରଣକୌଶଳ କୁ ସଫଳତାର ସହିତ ରୂପାୟନ କରିବା ଏବଂ ନବସୃଜନ, ନିଜସ୍ୱ ସ୍ତରରେ ଏବଂ ଅନ୍ତର୍ଭୁକ୍ତି ଭିତ୍ତିକ ଗୋଷ୍ଠୀ ନିୟୋଜନତା ଜରିଆରେ ଫାଇଲେରିଆ-ମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟ ହାସଲ ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଜର ଏକନିଷ୍ଠ ପ୍ରତିବଦ୍ଧତା ପୁନଃଦୋହରାଇଛି ।

ସରକାର ଏବଂ ସହଭାଗୀ ସଂଗଠନ ଗେଟ୍‌ସ୍‌ ଫାଉଣ୍ଡେସନ, ଡବ୍ଲୁ୍ୟଏଚ୍‌ଓ, ପିସିଆଇ ଏବଂ ଜିଏଚ୍‌ଏସର ପ୍ରତିନିଧିଙ୍କ ସମେତ ରାଜ୍ୟସ୍ତରୀୟ ତାଲିମଦାତାଙ୍କର ଏମ ଟିମ୍‌ ଏହି କର୍ମଶାଳାକୁ ପରିଚାଳନା କରିଥିଲେ । ଡା. ପ୍ରଭାକର ସାହୁ, ଆଡିସନାଲ ଡାଇରେକ୍ଟର ତଥା ଷ୍ଟେଟ ପ୍ରୋଗ୍ରାମ ଅଫିସର ଏହି ତାଲିମ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *