ଝିରିପାଣି ରେ ଝାଡାବାନ୍ତି : ୪ମୃତ:  ବହୁ ଆକ୍ରାନ୍ତ

ବାଲିଗୁଡା,୨୪/୦୮/୨୪ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ପ୍ରାୟ ଏକ ସପ୍ତାହ ହେବ ଝାଡାବାନ୍ତି ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏହା ବ୍ୟାପକ ରୂପ ନେଉଛି ଯାହା ଫଳରେ ଅଞ୍ଚଳ ରେ ଆତଙ୍କ ଦେଖାଦେଇଥିବା ଜଣାପଡିଛି । ବର୍ତ୍ତମାନ ଦୁଇ ତିନି ଦିନ ମଧ୍ୟରେ ବରଗାଁ ର  ମୁଶ୍ରୀ ମାଝି (୫୨), ଟାପଡି ମାଝି ର ସ୍ତ୍ରୀ (୫୦) ଓ ନଲକୁଟି ଗ୍ରାମର ଅମିତ ମାଝି (୩୫) , ଅମିତ ମାଝି ର ମାବିଙ୍ଗିଟି ମାଝି (୫୦) ଏପରି ୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ବର ଗାଁ, ନାଲକୁଟି, ପୁଡେଣି ଗାଁ, କୁନାବାଡା ରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି ଗାଁ ରେ ଡାକ୍ତର ଟିମ ପହଞ୍ଚି ନଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଜିଲ୍ଲା ଚିକିତ୍ସାଧିକାରୀ ଙ୍କୁ ଜଣାଇବା ପରେ  ଖୁବ ଶିଘ୍ର ଆକ୍ରାନ୍ତ ଗାଁ ରେ ଡାକ୍ତରୀ ଟିମ ପହଞ୍ଚିବ ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି । ଆକ୍ରାନ୍ତ ହୋଇଥିବା ଗ୍ରାମ ଗୁଡିକରେ ଆଦିମ ଜନଜାତି କୁଟିଆ କନ୍ଧ ସମ୍ପ୍ରଦାୟ ର ଲୋକ ବସବାସ କରନ୍ତି। ଏହି ଝାଡ଼ାବାନ୍ତି ଏକ ସପ୍ତାହ ହେବ ଆରମ୍ଭ ହୋଇ ଥିବା ବେଳେ ଘରକୁ ଘର ଗାଁ କୁ ଗାଁ ବ୍ୟାପିବାରେ ଲାଗିଛି। ଆକ୍ରାନ୍ତ ଙ୍କ ମଧ୍ୟରୁ କିଛି ତୁମୁଡ଼ିବନ୍ଧ ମେଡ଼ିକାଲ ଓ ଆଉ କେତେ କଳାହାଣ୍ଡି ଜିଲ୍ଲାକୁ ଚିକିତ୍ସା ପାଇଁ ଯାଇଥିବା ଜଣାପଡିଛି। ସ୍ବାସ୍ଥ୍ୟ ବିଭାଗ ଯଦି ଗାଁ ରେ ପହଞ୍ଚିବା ରେ ବିଳମ୍ବ କରେ ତେବେ ଆକ୍ରାନ୍ତ ଓ ମୃତକ ଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *