କଟକ,୦୯/୦୧/୨୦୨୪ (ଓଡ଼ିଶା ସମାଚାର) : ରୋଟାରୀ କଟକ ମିଳଲେନିଉମ ଏବଂ ପ୍ରହଲ୍ଲାଦ ମଲ୍ଲିକ ସ୍ମୃତି ପରିଷଦ ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ଶିବିର,୪୨ ମୌଜା ବସନ୍ତ କୁଣ୍ଡଳ,ମା ବସୁଲେଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା,ଚକ୍ଷୁ ପରୀକ୍ଷା ଏବଂ ଦନ୍ତ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ବଣ୍ଟନ କରାଯାଇଛି। ଅତଦ ବ୍ୟତୀତ ଆଣ୍ଠୁ,ଗଣ୍ଠି ଯନ୍ତ୍ରଣା ଏବଂ ପର୍କିଙ୍ଗସନ ଇତ୍ୟାଦି ରୋଗର ଆକ୍ଯୁପ୍ରେଶର ଥେରାପି ଦ୍ୱାରା ଚିକିତ୍ସା କରାଯାଇଥିଲା। ଡ଼ଃ ଜଗନ୍ନାଥ ଦାସ, ଡ଼ଃ ଅମର କୁମାର ବେହେରା, ଗଣେଶ ପ୍ରସାଦ ସାହୁ,ପତିତପାବନ ରାମ, ପିୟୁଷ ମହାପାତ୍ର, ଶ୍ରୀ ରାମ ପ୍ରଧାନ ରୋଗୀ ମାନଙ୍କୁ ପରୀକ୍ଷା କରି ଆବଶ୍ୟକ ଚିକିତ୍ସା ପ୍ରଦାନ କରିଥିଲେ।ସ୍ତ୍ରୀ, ପୁରୁଷ ଏବଂ ଶିଶୁ ମିଶି ୧୧୨ ଜଣଙ୍କୁ ଚିକିତ୍ସା ପ୍ରଦାନ କରାଯାଇଥିଲା। ପୂର୍ବତନ ବିଧାୟିକା ଡ଼ଃ ସିପ୍ରା ମଲ୍ଲିକ ଉଦଘାଟନ କରିଥିଲେ ଏବଂ ରୋଟାରୀ କ୍ଲବ ର ସଭାପତି ପ୍ରଦୀପ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ। ଶିବିରକୁ ପରିଚାଳନା କରିଥିଲେ ପୂର୍ବତନ ସଭାପତି ସଂଜୀବ କୁମାର ବୈଶାଖ,ଡ଼ଃ ଅନଙ୍ଗ ମୋହନ ଦ୍ବିବେଦି,ଡ଼ଃ ଚନ୍ଦ୍ରପ୍ରଭା ମହାନ୍ତି,ସମ୍ପାଦକ ସୁଧୀର କୁମାର ରଥ।ସ୍ଥାନୀୟ ଯୁବକ ଶ୍ରୀ ଦେବି ପତୀ,ଅନିଲ ଓ ଲୋକନାଥ ପରିଚାଳନାରେ ସାହାର୍ଯ୍ୟ ଏବଂ ସହଯୋଗ କରିଥିଲେ। ୪୨ମୋୖଜାର ବରିଷ୍ଠ ନେତୃ ବୃନ୍ଦ ଶ୍ରୀ ରାମଚନ୍ଦ୍ର ଗୋଛାୟତ,ଶ୍ରୀ ପ୍ରଭାତ କୁମାର ଦେବତା,ଶ୍ରୀ ଶରତ ରାୟ ଓ ଶ୍ରୀ ଅଭୟ ମହାପାତ୍ର ଉପସ୍ଥିତ ରହି ପରିଚାଳକ ତଥା ସ୍ଥାନୀୟ ବାସିନ୍ଦାକୁ ଉତ୍ସାହିତ କରିଥିଲେ। ମନ୍ଦିର ପୂଜକ ଟୁନା ନନା ସମସ୍ତ ଦ୍ଵାୟିତ୍ୱ ବହନା କରି ସୁପରିଚାଳନା କରିଥିଲେ। ମନ୍ଦିର କମିଟି ସମ୍ପାଦକ ଶ୍ରୀ ହେମନ୍ତ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ରୋଟାରୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ।
