ଓଡ଼ିଆ ଭାଷାସାହିତ୍ୟ, ସଂସ୍କୃତି କ୍ଷେତ୍ରରେ କାନ୍ତକବିଙ୍କ ଅବଦାନ ଥିଲା ଅତୁଳନୀୟ

କବି, ଶିକ୍ଷାବିତ ସୁନୀଲ କୁମାର ମିଶ୍ରଙ୍କୁ କାନ୍ତକବି ସ୍ମୃତି ସମ୍ମାନ
ଭୁବନେଶ୍ୱର,୦୯/୧୨/୨୦୨୫ (ଓଡ଼ିଶା ସମାଚାର)- ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ସାମ୍ବାଦିକତା କ୍ଷେତ୍ରରେ ଓଡିଶାର ସମ୍ମାନ, ସ୍ୱାଭିମାନକୁ ବହୁ ଆଗକୁ ନେଇଥିବା ସାରସ୍ୱତ ପ୍ରତିଭା ଧାରୀ ତଥା ରାଜ୍ୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ”ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୮ ତମ ଜୟନ୍ତୀ ସ୍ଥାନୀୟ ମହାଡାକପାଳଙ୍କ କାର୍ୟ୍ୟାଳୟ ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପ ମାଲ୍ୟ ଅର୍ପଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ଅଭିଯାନ ର ଅଧ୍ୟକ୍ଷ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥୀ ଙ୍କ ସଂଯୋଜନାରେ ଆୟୋଜିତ କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସ୍ତମ୍ଭକାର, ସାମ୍ବାଦିକ ପ୍ରଦୋଷ ପଟନାୟକ, ସମ୍ମାନିତ ଅତିଥି ଭାବେ ପୁଜ୍ୟପୂଜା ପ୍ରାଣ କାନ୍ତକବିଙ୍କ ଦାୟାଦ ସମ୍ପାଦକ ଗୁରୁ କଲ୍ୟାଣ ମହାପାତ୍ର, ବରିଷ୍ଠ ସମାଜସେବୀ ମନୋରଞ୍ଜନ ମହାନ୍ତି, ପୁଜ୍ୟପୂଜା ପ୍ରାଣ କାମଦେବ ମହାପାତ୍ର, ସଂଯୋଜକ ବାପୁ ଓଝା, ବରିଷ୍ଠ ସାମାଜିକ କର୍ମୀ କ୍ରାନ୍ତି କୁମାର ସାକସେନା, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ରମେଶ ପାତାଳ ସିଂ, ସଞ୍ଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବା ସହ ଓଡ଼ିଆ ଭାଷା ସାହିତ୍ୟ, ସ୍ୱାଧୀନତା ସଂଗ୍ରାମ, ସାହିତ୍ୟ ରଚନା, ସମ୍ପାଦକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ରାଜ୍ୟ ସଂଗୀତ”ବନ୍ଦେ ଉତ୍କଳ ଜନନୀ” କାଳଜୟୀ ସଂଗୀତ ର ବହୁ ପ୍ରାସଙ୍ଗିକତା ରହିଥିବା ଶ୍ରୀ ଯୁକ୍ତ ଶତପଥୀ ସ୍ମୃତି ଚାରଣ ପୂର୍ବକ ମତ ବ୍ୟକ୍ତ କରିଥିଲେ ।

ତାଙ୍କ ରଚିତ ବୁଢା ଶଙ୍ଖାରି, କଣା ମାମୁଁ ସମାଜକୁ ନୂତନ ବାର୍ତ୍ତା ଦେଇଥିବା ସହିତ “ଡଗର “ପତ୍ରିକା ସମ୍ପାଦନା କରିବା ତାଙ୍କ କୃତୀ ଓ କୀର୍ତ୍ତି ମଧ୍ୟରେ ଅନ୍ୟତମ ବୋଲି ପ୍ରକାଶ ପାଇଥିବବା ଅତିଥି ମତବ୍ୟକ୍ତ କରିଥିଲେ । ଏହି ଅବସରରେ କବି, ଶିକ୍ଷକ ତଥା ପୁଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ କଟକ ଜିଲ୍ଲାର ସଭାପତି ସାରସ୍ୱତ ପ୍ରତିଭା ଧାରୀ ସୁନୀଲ କୁମାର ମିଶ୍ର ଙ୍କୁ “କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସ୍ମୃତି ସମ୍ମାନ -୨୦୨୫” ପ୍ରଦାନ କରାଯାଇଥିଲା । ପୁଜ୍ୟପୂଜା ପ୍ରାଣ ଶ୍ରୀ ଯୁକ୍ତ ମହାପାତ୍ର କାନ୍ତକବି ଙ୍କ ଉପରେ ଏକ କବିତା ଆବୃତ୍ତି କରିଥିଲେ । କାର୍ୟ୍ୟକ୍ରମ କୁ ସମାଜସେବୀ ତନ୍ମୟ ସାମନ୍ତରାୟ ଓ ଅମିତ ପାତାଳ ସିଂ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *