୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ କ୍ରିକେଟ ଲିଗ ମ୍ୟାଚର  ଚତୁର୍ଥ ଦିବସ ପ୍ରତିଯୋଗିତାର ଫଳାଫଳ

ଜଗତସିଂହପୁର ୦୯/୧୨/୨୦୨୫ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲାର ସାତୋଟି ଷ୍ଟାଡିଅମ ରେ ୩୧ଟି କ୍ରୀଡ଼ାଜିଲ୍ଲା ମଧ୍ୟରୁ ଆଜି ଚତୁର୍ଥ ଦିବସରେ ୧୭ବର୍ଷରୁ କମ ବାଳକ ବିଭାଗରେ ୧୦ଟି ମ୍ୟାଚ ଓ ବାଳିକା ବିଭାଗରେ ୬ଟି ମ୍ୟାଚ   ଲିଗ ଭିତ୍ତିରେ  ଅନୁଷ୍ଠିତ ହୋଇଯାଇଛି । ବାଳକ ବିଭାଗରେ ନବ କୃଷ୍ଣ ଚୌଧୁରୀ ଷ୍ଟାଡିୟମଠାରେ କୋରାପୁଟ ବନାମ ସୋନପୁର ମଧ୍ୟ ରେ ଅନୁଷ୍ଠିତ ମ୍ୟାଚ୍ ରେ କୋରାପୁଟ ୮ରନ୍ ରେ ବିଜୟ ଲାଭ କରିଥିଲାବେଳେ କେନ୍ଦ୍ରାପଡ଼ା ବନାମ ଗଜପତି ମ୍ୟାଚ୍ ରେ ଗଜପତି ୭ ୱିକେଟ୍ ରେ ବିଜୟ ଲାଭ କରିଛି।ନନ୍ଦବ୍ରତ ଷ୍ଟାଡିୟମ ଠାରେ ଅନୁଷ୍ଠିତ ରାୟଗଡ଼ା ବନାମ ବଲାଙ୍ଗୀର ମ୍ୟାଚ୍ ରେ ବଲାଙ୍ଗୀର ୮ ୱିକେଟ୍ ରେ ବିଜୟ ଲାଭ କରିଥିଲାବେଳେ ବାଲେଶ୍ଵର ବନାମ ନବରଙ୍ଗପୁର ମ୍ୟାଚ୍ ରେ ନବରଙ୍ଗପୁର ୭୪ ରନ୍ ରେ ବିଜୟ ଲାଭ କରିଅଛି।

ସତୀ ଖେଳପଡିଆ ଠାରେ ସମ୍ବଲପୁର ବନାମ କଳାହାଣ୍ଡି ମ୍ୟାଚ୍ ରେ ସମ୍ବଲପୁର ୧୨୭ ରନ୍ ରେ ବିଜୟ ଲାଭ କରିଥିଲାବେଳେ ମାଲକାନଗିରି ବନାମ ନୟାଗଡ଼ ମ୍ୟାଚ୍ ରେ ମାଲକାନଗିରି ୮ ୱିକେଟ୍ ରେ ବିଜୟ ଲାଭ କରିଅଛି । ତର୍ତ୍ତଙ୍ଗ ମିନିଷ୍ଟାଡିୟମ ଠାରେ ମୟୂରଭଞ୍ଜ ବନାମ ଖୋର୍ଦ୍ଧା ମ୍ୟାଚ୍ ରେ ଖୋର୍ଦ୍ଧା ୬ ୱିକେଟ୍ ରେ ବିଜୟ ଲାଭ କରିଥିଲାବେଳେ , ଝାରସୁଗୁଡ଼ା ବନାମ କେଉଁଝର ମ୍ୟାଚ୍ ରେ କେଉଁଝର ୫ଵିକେଟ୍ ରେ ବିଜୟ ଲାଭ କରିଅଛି । ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ରେ ଅନୁଗୁଳ ବନାମ ଢେଙ୍କାନାଳ ମ୍ୟାଚ୍ ରେ ଢେଙ୍କାନାଳ ୧ ୱିକେଟ୍ ରେ ବିଜୟ ଲାଭ କରିଥିଲାବେଳେ ଗଂଜାମ ବନାମ ଭଦ୍ରକ ମ୍ୟାଚ୍ ରେ ଭଦ୍ରକ ୫୫ ରନ୍ ରେ ବିଜୟ ଲାଭ କରିଅଛି।

ସେହିପରି ୧୭ବର୍ଷରୁ କମ ବାଳିକା ବିଭାଗରେ ପୁନଙ୍ଗ ସ୍ଥିତ ପୋଲିସ ବାର।କ ପଡିଆରେ କେଉଁଝର ବନାମ ସମ୍ବଲପୁର ମ୍ୟାଚ୍ ରେ ସମ୍ବଲପୁର ୪ ରନ୍ ରେ ବିଜୟ ଲାଭ କରିଥିଲାବେଳେ ଭୁବନେଶ୍ୱର  ବନାମ ଭଦ୍ରକ ମ୍ୟାଚ୍ ରେ ଭୁବନେଶ୍ୱର ୯ ୱିକେଟ୍ ରେ ଏବଂ ମୟୁରଭଞ୍ଜ ବନାମ ନବରଙ୍ଗପୁର ମ୍ୟାଚ୍ ରେ ମୟୁରଭଞ୍ଜ ୨ରନ୍ ରେ ବିଜୟ ଲାଭ କରିଅଛି।ଜୟଦୁର୍ଗା ୟୁଥ ଆଥଲେଟିକ କ୍ଲବ ଖେଳ ପଡିଆରେ ବଲାଙ୍ଗୀର ବନାମ ପୁରୀ ମ୍ୟାଚ୍ ରେ ପୁରୀ ୯ ୱିକେଟ୍ ରେ,କଟକ ବନାମ ଅନୁଗୁଳ ମ୍ୟାଚ୍ ରେ କଟକ ୯ ୱିକେଟ୍ ରେ ଓ ବଲାଙ୍ଗୀର ବନାମ ଝାରସୁଗୁଡ଼ା ମ୍ୟାଚ୍ ରେ ବଲାଙ୍ଗୀର ୯ ୱିକେଟ୍ ରେ ବିଜୟ ଲାଭ କରିଛନ୍ତି ।

ସମସ୍ତ ମ୍ୟାଚ୍ କୁ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେରଙ୍କ ମାର୍ଗଦର୍ଶନରେ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜ୍ୟଶ୍ରୀ ସାହୁ, ଡ. ସୁଶାନ୍ତ  ମହାନ୍ତି, ସହକାରୀ ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ପରିଡା ଓ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଜୟନ୍ତ କୁମାର ର।ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ।ବଧାନରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ମ୍ୟାଚ୍ ସ୍ଥଳରେ ଜଗତସିଂହପୁର ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ବେଳେ ପ୍ରତିଦିନ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପସ୍ଥିତ ସମସ୍ତ ଖେଳାଳି ଉପଭୋଗ କରିଥିଲେ । ଏହି ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତାରେ  ସମସ୍ତ ବ୍ଲକର  ବ୍ଲକ ଶିକ୍ଷାଧିକାରୀ,ଏହି କ୍ରିକେଟ ପ୍ରତିଯୋଗିତା ପାଇଁ ଗଠିତ ଜିଲ୍ଲା କମିଟିର ସମସ୍ତ ସଦସ୍ୟ/ସଦସ୍ୟା ଓ ରାଜ୍ୟ କର୍ମକର୍ତ୍ତା ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ଓ ସହଯୋଗ  ପ୍ରଦାନ କରିଥିଲେ  ।

Leave a Reply

Your email address will not be published. Required fields are marked *