ଖୋର୍ଦ୍ଧା,୨୨/୧/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ) – ଆଜି ଅଯୋଧ୍ୟା ରେ ଶ୍ରୀରାମ ମନ୍ଦିର ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ।ଦେଶର କୋଣ ଅନୁକୋଣରେ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ଆଜି ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକ ମଳିପଡା ଗ୍ରାମର ରାମଳୀଳା ପଡିଆରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମହାତ୍ସବ ଆଡମ୍ବରରେ ପାଳିତ ହୋଇଛି। ଶ୍ରୀରାମ ଚନ୍ଦ୍ରଙ୍କ ଭକ୍ତ ଶ୍ରଦ୍ଧାଳୁ ମାନେ ରାମଳୀଳା ପଡିଆରେ ହୋମଯଜ୍ଞ କରି ହନୁମାନ ଚାଳିଶା ପାଠ କରି ଶ୍ରୀରାମ ବନ୍ଦନା ବୋଲି ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ମଳିପଡା ଗ୍ରାମ ପରିକ୍ରମା କରିଥିଲେ। ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳି ପକାଇ ରାମନାମ ଜପି ସାହି ପରିକ୍ରମା କରିଥିଲେ। ମଳିପଡା ଅଂଚଳ ସଂପୂର୍ଣ୍ଣ ରାମନାମ ରେ ପ୍ରକମ୍ପିତ ହୋଇଥିଲା। ସମସ୍ତେ ଖୁସିଥିବା ଦେଖିବାକୁ ମିଳିଥିଲା।
ମଳିପଡା ରାମଳୀଳା ପଡିଆରେ ଶ୍ରୀରାମ ଉତ୍ସବ ପାଳିତ
