ଖୋର୍ଦ୍ଧା,୨୨/୦୧/୨୦୨୪ ( ଓଡ଼ିଶା ସମାଚାର/ ହିମାଂଶୁ ଭୁଷଣ ଚମ୍ପତିରାୟ): ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିଅନର କାର୍ୟ୍ୟକାରିଣୀ ବୈଠକ କ୍ଷୁଦ୍ର ଜଳସେଚନ ଡ଼ାକବଙ୍ଗଳା ଖୋର୍ଦ୍ଧା ଠାରେ ଅନୂଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ତପନ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଓୟୁଜେ ରାଜ୍ୟ ସମ୍ପାଦକ ପ୍ରସନ୍ନ ପାଇକରାୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ । ସରକାର ତୁରନ୍ତ ସାମ୍ବାଦିକ ମାନଙ୍କୁ ପେନସନ ପ୍ରଦାନ ସହ ସାମ୍ବାଦିକ ସୁରକ୍ଷା ବ୍ୟବସ୍ଥା କରିବାକୁ କହିଥିଲେ । ଯଦି ବିଳମ୍ବ ହୁଏ ଆଗାମୀ ବିଧାନସଭା ଅଧିବେଶନରେ ଓୟୁଜେ ଏସବୁ ଦାବିକୁ ନେଇ ଆନ୍ଦୋଳନ କରିବ । ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନର ସାଧାରଣ ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ସୁଶାନ୍ତ କୁମାର ବିଶ୍ବାଳ ମେରିଲ୍ୟାଣ୍ଡ ବିଶ୍ବ ବିଦ୍ୟାଳୟରୁ ଫିଲୋସଫି ଇନ୍ ନର୍ସିଙ୍ଗରେ ଡକ୍ଟର ଉପାଧି ପାଇଥିବାରୁ ତାଙ୍କୁ କାର୍ୟ୍ୟକାରିଣୀ ବୈଠକରେ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ପ୍ରଶଂସାପତ୍ର ଏବଂ ଉତ୍ତରିୟ ଦେଇ ସମ୍ମାନିତ କରାଯାଇଥିଲା। ବୈଠକରେ ସଂଗଠନକୁ ସୁଦୃଢ କରିବା ସହ ଜିଲ୍ଲାର କିଛି ବ୍ଲକରୁ ନୂତନ ସଦସ୍ୟ ହେବାପାଇଁ ଅନେକ ପ୍ରସ୍ତାବ ଉପରେ ସଭାପତି ସଦସ୍ୟ ମାନଙ୍କର ମତାମତ ନେଇଥିଲେ । ଅନେକ ସଦସ୍ୟ ଆଲୋଚନାରେ ନିଜର ମତାମତ ରଖିଥିଲେ । ଏହି କାର୍ୟ୍ୟକ୍ରମରେ ଜିଲ୍ଲା ପୂର୍ବତନ ସଭାପତି ସନତ ପଟ୍ଟନାୟକ , ଉପସଭାପତି ରବୀନ୍ଦ୍ର କୁମାର ମିଶ୍ର , ସୟଦ ଅନସର ଅଲ୍ଲୀ , ଉପଦେଷ୍ଟା ଜୟନ୍ତ ରାୟ , ସମ୍ପାଦକ ଶ୍ରୀକାନ୍ତ ପ୍ରଧାନ , ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଶୁଭଲକ୍ଷ୍ମୀ ସାମନ୍ତରା , ସଂଗ୍ରାମ ହୋତା, ପ୍ରକାଶ ପଟ୍ଟନାୟକ, ସତ୍ୟନାରାୟଣ ସାମନ୍ତରାୟ ,ଶିବ ଚରଣ ସିଂ,ଲଳିତ ମହାରଣା, ବିଶ୍ବଜିତ ସାମନ୍ତରାୟ, ସୟଦ ଅନୁଅର ଅଲ୍ଲୀ, ଅଜିତ୍ କୁମାର ମିଶ୍ର, ସନ୍ଦିପ ବର୍ମନ, ରମେଶ ସାମନ୍ତରାୟ, ମହମ୍ମଦ ଖାଁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପସଭାପତି ରବୀନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।