ସୀତା ମଠରେ ରାମ ମନ୍ଦିର ପ୍ରତିଷ୍ଠାର ଉତ୍ସବ

ଭୁବନେଶ୍ୱର, ୨୨ /୦୧/୨୦୨୪ (ଓଡ଼ିଶା ସମାଚାର)-ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେଉଥିବା ବେଳେ ଏକାମ୍ର କ୍ଷେତ୍ରରେ ଭିନ୍ନ ରୂପରେ ପାଳନ ହୋଇଛି । ଶ୍ରୀରାମ, ଲକ୍ଷ୍ମଣ, ମାତା ସୀତା ଏକାମ୍ର କ୍ଷେତ୍ରର ବିନ୍ଦୁସାଗର କୂଳ ନିଳକଣ୍ଠଶ୍ୱର ମନ୍ଦିର ନିକଟ ବିଶ୍ରାମ ଘାଟ ନିକଟ ସୀତା ମଠରେ ରହିଥିଲେ । ଏହି ଉପଲକ୍ଷେ ସୀତା ମଠ ନିକଟରେ ସ୍ୱତନ୍ତ୍ର ଭାବେ ଶ୍ରୀରାମଙ୍କ ପ୍ରତିଷ୍ଠା ଉତ୍ସବ ପାଳନ ରାଯାଇଥିଲା । ଏକାମ୍ର ସଂଗଠନ ପକ୍ଷରୁ ଅମୀୟ ଦାଶଙ୍କ ଅଧ୍ୟକ୍ଷତାରେ ନାମ ସଂକିର୍ତନ, ଭଜନ ସମାରୋହ କରାଯାଇଥିଲା । ଛୋଟ ଛୋଟ ପିଲା ରାମ, ଲକ୍ଷଣ, ସୀତା ଓ ହନୁମାନ ବେଶ ହୋଇ ରାମଧୂନ କରିଥିଲେ । ସନ୍ଧ୍ୟାରେ ଶତାଧିକ ଦୀପ ଜାଳି ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ କରିଥିଲେ । ଏହାକୁ ଗୋପାଳ ମକଦ୍ଦମ, ଅନିକେତ ବଟୁ, ଅମୀତ ବିଶୋଇ, ଶକ୍ତି ପ୍ରସାଦ ସାହୁ, କାଳିଆ ଦିକ୍ଷିତ, ବୈକୁଣ୍ଠ ଭୋଇ ଓ ଯୁବକମାନେ ପରିଚାଳଣା କରିଥିଲେ । ସେହିପରି ରାମେଶ୍ୱର ମନ୍ଦିରରେ ଦୀପ ଦାନ ସଂକିର୍ତନ ହୋଇଥିଲା ।

Leave a Reply

Your email address will not be published. Required fields are marked *