ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଦିବାକର ବେହେରାଙ୍କର ୧ମ ବାର୍ଷିକ ଶ୍ରାଦ୍ଧ ବାର୍ଷିକ 

ଗରଦପୁର, ୨୪/୯/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ର ଜୟତଳଙ୍ଗ ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଦିବାକର ବେହେରାଙ୍କର ୧ମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ସ୍ୱର୍ଗତ ବେହେରା କେବଳ ନିଜ ଗ୍ରାମ କି ବ୍ଲକ୍ କି ଜିଲା ନୁହେଁ ସମଗ୍ର ରାଜ୍ୟରେ ଜଣେ ବିଶିଷ୍ଟ ସମାଜସେବୀ ଥିଲେ । ଲୋକମାନଙ୍କର ବିଭିନ୍ନ ଅସୁବିଧାର ସମାଧାନ କରି ଅଂଚଳରେ ଦିବାକର ବାବା ଭାବରେ ସେ ବେଶ୍ ପରିଚିତ ଥିଲେ । ତାଙ୍କର ୧ମ ଶ୍ରାଦ୍ଧ ବାର୍ଷିକରେ ଗରଦପୁର ବ୍ଲକ୍ ର ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଲିପ କୁମାର ସାହୁ, ବନ୍ତଳା ପଂଚାୟତର ସମିତି ସଭ୍ୟ ବ୍ରଜ କିଶୋର ସାହୁ,ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ତେଣ୍ଡାକୁଡ଼ା ପଂଚାୟତର ପୂର୍ବତନ ସରପଂଚ ରବିନ୍ଦ୍ରନାଥ ମହାନ୍ତି , ସୁକାନ୍ତ ନାୟକ (ଚଗଲା), କାର୍ତିକ ଚନ୍ଦ୍ର ବେଉରା, ପ୍ରଫୁଲ କୁମାର ଷଢ଼ଙ୍ଗି,ଶଙ୍କର୍ଷଣ ସାହୁ ପ୍ରମୁଖ ସ୍ୱର୍ଗତ ଦିବାକର ବେହେରାଙ୍କର ଗୁଣ ଗାନ କରିବା ସହିତ ତାଙ୍କର ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ସ୍ୱର୍ଗତ ଦିବାକର ବେହେରାଙ୍କର ଏକମାତ୍ର ପୁତ୍ର ଗରଦପୁର ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା ଓ ବୋହୁ ମୋନାଲିସା ବେହେରା ଧନ୍ୟବାଦ ଅର୍ପଣ କରିବା ସହିତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *