ଚୋରାମଦ ସମେତ କଫ୍ ସିରପ୍ ଜବତ,୬ଗିରଫ

କେନ୍ଦ୍ରାପଡ଼ା,୦୮/୧୨/୨୦୨୫(ଓଡ଼ିଶା ସମାଚାର)-ଏକ ବିଶେଷ ସୂତ୍ରରୁ ଖବର ପାଇ ଜିଲାପାଳଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ମାର୍ଶାଘାଇ ଓ ଜମ୍ବୁ ସାମୁଦ୍ରିକ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ସମୁଦାୟ ୧୯.୭ ଲିଟର କଫ୍ ସିରପ୍ ଏବଂ ୩୫୭୦ ଲିଟର ଦେଶୀ ରନ୍ଧା ଓ ଗୁଡ ପୋଚ ଚୋରାମଦ ଜବତ କରାଯାଇ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଆଠବାଟିଆ ଗ୍ରାମର ଶିବ ପ୍ରସାଦ ନାୟକ(୨୫)ଙ୍କ ଠାରୁ ୧୦.୭ ଲିଟର କଫ୍ ସିରପ୍, ବାଘଡିଆ ଗ୍ରାମର ସିଲୁ ପ୍ରସାଦ ନାୟକ (୨୭)ଙ୍କ ଠାରୁ ୯ ଲିଟର କଫ୍ ସିରପ୍, ତୋଷିଆବେଲାରି ଗ୍ରାମର ରବୀନ୍ଦ୍ର ମାହାକୁଡ(୩୪)ଙ୍କ ଠାରୁ ୭୦ ଲିଟର ଦେଶୀ ରନ୍ଧା ଚୋରାମଦ ଓ ଅମ୍ଭାବେଲାରୀ ଗ୍ରାମର ଜୀବୀନ୍ଦ ଜ୍ଞାନ(୪୧)ଙ୍କ ଠାରୁ ୩୫୦୦ ଲିଟର ଗୁଡ ପୋଚ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ସମୁଦାୟ ୧୯.୭ ଲିଟର କଫ ସିରପ୍ ଏବଂ ୩୫୭୦ ଲିଟର ଦେଶୀ ରନ୍ଧା ଓ ଗୁଡ ପୋଚ ଚୋରାମଦ ଜବତ କରାଯାଇ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।


ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ସୁଶ୍ରୀ ଋତୁପ୍ରଭା ସ୍ୱାଇଁ, ସହକାରୀ ଉପ ନିରୀକ୍ଷକ ଜଗନ୍ନାଥ ବେସ୍ରା, ସୁନୀଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *